ବିପର୍ଯ୍ୟୟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ପ୍ରଧାନମନ୍ତ୍ରୀ ସର୍ବଦା...
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ୨୦୨୪ରେ ଅକସ୍ମାତ ବନ୍ୟା, ଭୂସ୍ଖଳନ, ଏବଂ ବାତ୍ୟା ପ୍ରଭାବିତ ୫ ରାଜ୍ୟକୁ ଏନଡିଆରଏଫ୍ ଫଣ୍ଡରୁ ୧୫୫୫୪.୯୯ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁରି ଦିଆଯାଇଛି।
ଏନେଇ ଅମିତ ଶାହ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ସୂଚନା ଦେଇଛନ୍ତି। ସରକାରୀ ବିବୃତ୍ତି ଅନୁଯାୟୀ, ମୋଟ ୧୫୫୪.୯୯ କୋଟି ଟଙ୍କା ମଧ୍ୟରୁ ଆନ୍ଧ୍ରପ୍ରଦେଶ ପାଇଁ ୬୦୮.୦୮ କୋଟି, ନାଗାଲାଣ୍ଡ ପାଇଁ ୧୭୦.୯୯ କୋଟି, ଓଡ଼ିଶା ପାଇଁ ୨୫୫.୨୪ କୋଟି, ତେଲେଙ୍ଗାନା ପାଇଁ ୨୩୧.୭୫ କୋଟି ଏବଂ ତ୍ରିପୁରା ପାଇଁ ୨୮୮.୯୩ କୋଟି ଟଙ୍କା ମଞ୍ଜୁରି ମିଳିଛି ।

ଅମିତ୍ ଶାହା ନିଜ ସୋସିଆଲ ମିଡି଼ଆ ପ୍ଲାଟଫର୍ମରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ, "ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ମୋଦି ସରକାର ଦୃଢ ଭାବରେ ଛିଡ଼ା ହୋଇଛନ୍ତି । ଗୃହ ମନ୍ତ୍ରଣାଳୟ NDRF ଅଧୀନରେ ଆନ୍ଧ୍ର ପ୍ରଦେଶ, ନାଗାଲାଣ୍ଡ, ଓଡ଼ିଶା, ତେଲେଙ୍ଗାନା ଏବଂ ତ୍ରିପୁରାକୁ ୧୫୫୪.୯୯ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର ହେଇଛନ୍ତି। ଏହା NDR ପାଣ୍ଠି ଅଧୀନରେ ୨୭ଟି ରାଜ୍ୟକୁ କେନ୍ଦ୍ର ଦ୍ୱାରା ଜାରି କରାଯାଇଥିବା ୧୮,୩୨୨.୮୦ କୋଟି ଟଙ୍କା ରାଶିର ଅତିରିକ୍ତ ।












Click it and Unblock the Notifications