Get Updates
Get notified of breaking news, exclusive insights, and must-see stories!

ଚାଷୀଙ୍କୁ କେନ୍ଦ୍ରର ଉପହାର: ବଢିଲା ଧାନର ଏମଏସପି ମୂଲ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ 7 ଜୁନରେ 2023-24 ଆର୍ଥିକ ବର୍ଷ ପାଇଁ ଅନେକ ଖରିଫ ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟକୁ (ଏମଏସପି) ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । ବାଦାମ, ସୋୟାବିନ ସମେତ ଅନ୍ୟାନ୍ୟ ଫସଲରେ ମଧ୍ୟ MSP ଦର ବୃଦ୍ଧି କରାଯାଇଛି ।

piyush goyal

ସୂଚନା ପ୍ରଦାନ କରି କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, ମୁଗ ଡାଲିର ସର୍ବାଧିକ ସମର୍ଥନ ମୂଲ୍ୟ 10.4%, ବାଦାମରେ 9%, ସୋୟାବିନରେ 10.3%, ଧାନରେ 7%, ବଜରା, ରାଗି, ହରଡ ଡାଲିର ପ୍ରାୟ 6 ପ୍ରକିଶତ ବୃଦ୍ଧି ହୋଇଛି । 2023-2024 ଆର୍ଥିକ ବର୍ଷ ପାଇଁ ଡାଲି, ସୋୟାବିନ୍, ସୂର୍ଯ୍ୟମୁଖୀ ମଞ୍ଜି ଉପରେ 7% ହାର ବୃଦ୍ଧି କରାଯାଇଛି ।

ସେହିପରି ଧାନ ଦର ବୃଦ୍ଧି ପାଇଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କେନ୍ଦ୍ର ବଢାଇଛି । ଧାନକୁ କ୍ୱିଣ୍ଟାଲ ପିଛା 143 ଟଙ୍କା ବୃଦ୍ଧି କରାଯାଇଛି । ପୂର୍ବ ଦର ଠାରୁ କ୍ୱିଣ୍ଟାଲ ପିଛା 143ଟଙ୍କା ବୃଦ୍ଧି ପାଇଛି । ଏ-ଗ୍ରେଡ୍ ଧାନର ମୂଲ୍ୟ କ୍ୱିଣ୍ଟାଲ ପିଛା 2203 ଟଙ୍କା ରହିଛି । ଏ-ଗ୍ରେଡ୍ ଧାନ ମୂଲ୍ୟରେ କ୍ୱିଣ୍ଟାଲ ପିଛା 163 ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+