ଭାରତରେ ରଏଟର୍ସର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲ ବ୍ଲକ, ସରକାର କହିଲେ.....
ଅନ୍ତର୍ଜାତୀୟ ସମାଚାର ଏଜେନ୍ସି ରଏଟର୍ସର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲ ବର୍ତ୍ତମାନ ଭାରତରେ ବନ୍ଦ ରହିଛି । ଲୋକମାନେ ଏହାକୁ ଆକସେସ କରିବାକୁ ଉଦ୍ୟମ କରିବାବେଳେ ତାହା ଖୋଲୁନାହିଁ ଓ ସେଥିଲେ ଲେଖା ରହୁଛି ଯେ ଏକ ଆଇନଗତ ଦାବି ଯୋଗୁଁ ଭାରତରେ ଏହି ହାଣ୍ଡଲ୍ ବାତିଲ ରହିଛି । ଏହା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଏହାକୁ ତୀବ୍ର ବିରୋଧ କରାଯାଉଛି । ସ୍ବାଧୀନ ଗଣମାଧ୍ୟମର କଣ୍ଠରୋଧ କରାଯାଉଛି ବୋଲି କେତେକ ମହଲରେ ଅଭିଯୋଗ କରାଯାଉଛି ।
ଅନ୍ୟପକ୍ଷରେ ଭାରତରେ ରଏଟର୍ସ ହାଣ୍ଡଲକୁ ବନ୍ଦ କରିବାକୁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ ବୋଲି ଭାରତ ସରକାର କହିଛନ୍ତି । ଏହା ମୁଖ୍ୟତଃ କୌଣସି ବୈଷୟିକ ତ୍ରୁଟି ଯୋଗୁଁ କିମ୍ବା ଏକ୍ସରେ କୌଣସି ସମସ୍ୟା ହୋଇଥାଇପାରେ । ପୁଣି ରଏଟର୍ସର ଅନ୍ୟ କେତେକ ହାଣ୍ଡଲ ଭାରତରେ ଦୃଶ୍ୟମାନ ଅଛି । ଏଣୁ ନିଷିଦ୍ଧ କରାଯିବା କଥା ସତ୍ୟ ନୁହେଁ ବୋଲି ସରକାରୀ ସୁତ୍ରକୁ ଉଦ୍ଧାର କରି କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି ।

ଭାରତରେ @Reuters (ମୁଖ୍ୟ ହ୍ୟାଣ୍ଡେଲ) ଏବଂ @ReutersWorld ବନ୍ଦ ହୋଇଛି। ତଥାପି, ଏହା ବ୍ୟତୀତ, @ReutersAsia, @ReutersTech, @ReutersFactCheck ସୁରୁଖୁରୁରେ ଚାଲିଛି। ଏହା ସୂଚାଇ ହେଉଛି ଯେ ଏହା ସମ୍ପୂର୍ଣ୍ଣ ନିଷେଧ ନୁହେଁ, ବରଂ ଏକ ଆଂଶିକ ଅବରୋଧ। X ର ନୀତି ଅନୁଯାୟୀ, ଯଦି ସେମାନେ କୌଣସି ଦେଶର ସରକାର କିମ୍ବା କୋର୍ଟରୁ ଆଇନଗତ ନିର୍ଦ୍ଦେଶ ପାଆନ୍ତି, ତେବେ ସେହି ଦେଶର ସମ୍ପର୍କିତ କଣ୍ଟେଣ୍ଟ କିମ୍ବା ଆକାଉଣ୍ଟକୁ ବ୍ଲକ କରାଯାଏ। ଯଦି ଏହା ଅନ୍ୟ କୌଣସି କାରଣରୁ ଘଟେ, ତେବେ ପ୍ରଶ୍ନ ଉଠେ ଯେ ସରକାର ଏବଂ X ମଧ୍ୟରେ କୌଣସି ପ୍ରକାରର ଭୁଲ ବୁଝାମଣା ସୃଷ୍ଟି ହୋଇଛି କି?












Click it and Unblock the Notifications