ଏହିସବୁ ବନ୍ୟା ପ୍ରଭାବିତ ରାଜ୍ୟକୁ କେନ୍ଦ୍ର ଦେଲା ୫ ହଜାର୮୫୦ କେଟିରୁ ଅଧିକ ଟଙ୍କାର ସହାୟତା ରାଶି
ନୂଆଦିଲ୍ଲୀ: ୧୪ଟି ବନ୍ୟା ପ୍ରଭାବିତ ରାଜ୍ୟ ପାଇଁ କେନ୍ଦ୍ର ୫ ହଜାର ୮୫୦ କୋଟିରୁ ଉର୍ଦ୍ଧ ଟଙ୍କା ସହାୟତା ରାଶି ପ୍ରଦାନ କରିଛି । ସେଥୁମଧ୍ୟରୁ ମହାରାଷ୍ଟ୍ର ପାଇଁ ୧ହଜାର ୪୯୨ କୋଟି, ଆନ୍ଧ୍ରପ୍ରଦେଶ ପାଇଁ ୧ହଜାର କୋଟିରୁ ଉର୍ଦ୍ଧ୍ୱ, ଗୁଜରାଟ ପାଇଁ ୬୦୦ କୋଟି ଏବଂ ତେଲଙ୍ଗାନା ପାଇଁ ପାଖାପାଷ୍ଟ୍ ୪୭୦ କୋଟି ଅନ୍ତର୍ଭୁକ୍ତ ।
ପ୍ରବଳ ବର୍ଷା ଜନିତ ଭୂସ୍ଖଳନ ଏବଂ ବନ୍ୟା ଦ୍ୱାରା ଏହି ରାଜ୍ୟ ଗୁଡ଼ିକ ବିଶେଷ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ଆନ୍ତଃ ମନ୍ତ୍ରୀ ସ୍ତରୀୟ କେନ୍ଦ୍ରୀୟ କମିଟି ଆସାମ୍, ମିଜୋରାମ୍, କେରଳ, ତ୍ରିପୁରା, ନାଗାଲାଣ୍ଡ, ଗୁଜରାଟ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଏବଂ ମଣିପୁର ଗସ୍ତରେ ଯାଇ ବନ୍ୟା ପରିସ୍ଥିତିର କ୍ଷେତ୍ରୀୟ ସମୀକ୍ଷା କରିଥିଲେ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି, ବିହାର ଏବଂ ପଶ୍ଚିମବଙ୍ଗକୁ ଖୁବ୍ ଶୀଘ୍ର ଏହି ଦଳ ଗସ୍ତ କରି କ୍ଷୟକ୍ଷତିର ଆକଳନ କରିବେ ।

ତେବେ ଆକଳନ ରିପୋର୍ଟ ମିଳିବା ପରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଅମିତ ଶାହା କହିଛନ୍ତି, ପ୍ରଭାବିତ ରାଜ୍ୟ ଗୁଡ଼ିକୁ କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯାଉଛି । ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୨୧ଟି ରାଜ୍ୟକୁ ବିଭିନ୍ନ ମୁକାବିଲାର ଆହ୍ୱାନ ପାଇଁ ୧୪ ହଜାର ୯୦୦ କୋଟି ଟଙ୍କା ପ୍ରଦାନ କରାଯାଇସାରିଛି ବୋଲି ଅମିତ ଶାହା ସୂଚନା ଦେଇଛନ୍ତି ।












Click it and Unblock the Notifications