Get Updates
Get notified of breaking news, exclusive insights, and must-see stories!

ଭାରତ ସରକାରଙ୍କୁ ବାୟୁସେନାର ପ୍ରସ୍ତାବ, ମେକ୍ ଇନ୍ ଇଣ୍ଡିଆ ଅଧୀନରେ ବାୟୁସେନା ୧୧୪ଟି ରାଫେଲ୍ ପାଇଁ ୨ ଲକ୍ଷ କୋଟି ଟଙ୍କାର ...

ଭାରତୀୟ ବାୟୁସେନା ରକ୍ଷା ମନ୍ତ୍ରାଳୟକୁ ୧୧୪ ନୂଆ ରାଫେଲ ଯୁଦ୍ଧ ବିମାନ କିଣିବାକୁ ଅଧିକାରୀକ ପ୍ରସ୍ତାବ ପଠାଇଛି। ଏଥିରୁ ଭାରତୀୟ ବାୟୁସେନାର ଭରସା ଏବେ ଫ୍ରାନ୍ସର ରାଫେଲ ଉପରେ ଦୃଢ ହୋଇଥିବାର ପ୍ରମାଣିତ ହେଉଛି। ଯଦି ଏହି ଡିଲ ଚୂଡ଼ାନ୍ତ ହୁଏ ତେବେ ଏହା ବିଶ୍ୱର ସବୁଠୁ ବଡ଼ ପ୍ରତିରକ୍ଷା ଡିଲ ହେବ ବୋଲି କୁହାଯାଉଛି।

ସୁପର ରାଫେଲରେ ଉନ୍ନତ ରାଡାର, ଇଲେକ୍ଟ୍ରୋନିକ୍ ୱାରଫେୟାର ସିଷ୍ଟମ ଓ ନେଟୱାର୍କ ସେଣ୍ଟ୍ରିକ୍ ୱାରଫେୟାର କ୍ଷମତା ରହିଛି। ଏଥିରେ ସାଟେଲାଇଟ୍ କମ୍ୟୁନିକେସନ ଓ ନୂଆ ୱିପନ ସିଷ୍ଟମ ଯୋଡା ଯାଇଛି। ଏହାକୁ ପଞ୍ଚମ ପିଢୀର ଫାଇଟର ଜେଟ୍ ପାଖାପାଖି ବିଚାର କରାଯାଉଛି ହେଲେ ଏହା ସମ୍ପୂର୍ଣ୍ଣ 'ଷ୍ଟିଲଥ୍' ଟେକ୍ନିକର ନୁହେଁ। ଏଫ-୪ ଜେଟ୍ ରୁ ଭାରତୀୟ ବାୟୁସେନାକୁ ୬-୭ଟି ନୂଆ ସ୍କ୍ୱାଡ୍ରନ ମିଳିଯାଇପାରେ। ଏବେ ଭାରତରେ ରାଫେଲର ମାତ୍ର ୨ଟି ସ୍କ୍ୱାଡ୍ରନ ରହିଛି ।

Rafale

ରୁଷ ଭାରତକୁ ସୋର୍ସ କୋଡ୍ ସହିତ SU-୫୭ ଷ୍ଟିଲ୍ଥ ଫାଇଟର ଜେଟ୍ ର ୧୦୦% ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛି । ରୁଷୀୟ ପ୍ରସ୍ତାବରେ କୁହାଯାଇଛି ଯେ ଯଦି ଭାରତ ରାଜି ହୁଏ, ତେବେ Su୫୭ ର ଉତ୍ପାଦନ ସେହି HAL ପ୍ଲାଣ୍ଟରେ ମଧ୍ୟ ଆରମ୍ଭ ହୋଇପାରିବ ଯେଉଁଠାରେ SU-୩୦ MKI ଉତ୍ପାଦନ କରାଯାଏ ।

ଯଦି ଭାରତ ଏଫ-୪ ରାଫେଲ କ୍ରୟ କରେ ତେବେ ଏହି ଆଡଭାନ୍ସ ଭାରିଏଣ୍ଟ ରଖିବାରେ ବିଶ୍ୱର ବଛାବଛା ଦେଶଙ୍କ ମଧ୍ୟରେ ଗଣାଯିବ। ଯଦି ଏହି ଡିଲ ହୁଏ ବାୟୁସେନାର ସଂଖ୍ୟା ଓ ଶକ୍ତି ବଢିବ। ଭାରତର ଏପରି ଫାଇଟର ଜେଟ୍ ହେବ ଯାହା ଆଗାମୀ କେତେ ଦଶନ୍ଧୀ ପର୍ଯ୍ୟନ୍ତ ଶତ୍ରୁଙ୍କ ଉପରେ ସ୍ପଷ୍ଟ ବୈଷୟିକ ଅଗ୍ରଣୀ ହୋଇପାରିବ। ଚୀନ୍ ଓ ପାକିସ୍ତାନ ଲାଗି ଏହା ସବୁଠୁ ଦୃଢ ରଣନୈତିକ ବାର୍ତ୍ତା ମଧ୍ୟ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+