ଧାର୍ମିକ ସଙ୍ଗଠନର ମୁଖ୍ୟଙ୍କୁ ମିଳିଲା z+ ସୁରକ୍ଷା,ହେଲେ କାହିଁକି?

ଆଧ୍ୟାତ୍ମକି ଗୁରୁଙ୍କୁ ମିଳିଲା ଜେଡ+ ସୁରକ୍ଷା। ଗୁଇନ୍ଦା ସୂଚନା ଆଧାରରେ ଜଣେ ଧର୍ମ ଗୁରୁଙ୍କୁ ଏହି ଜେଡ+ ସୁରକ୍ଷା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର।' 'ରାଧା ସ୍ୱାମୀ ସତସଙ୍ଗ ବ୍ୟାସ' ନାମକ ଧାର୍ମିକ ସଙ୍ଗଠନର ମୁଖ୍ୟ ଜଗଦୀପ ସିଂହ ଗିଲ୍‌ଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଇଛି। ୪୫ ବର୍ଷୀୟ ଜଗଦୀପ ସିଂହ ଗିଲ୍‌ଙ୍କ ଜୀବନ ପ୍ରତି ବିପଦ ଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଗୁଇନ୍ଦା ସୂଚନା ମିଳିଥିଲା।

ଏହାପରେ ତୁରନ୍ତ ସିଆରପିଏଫ୍‌କୁ ତାଙ୍କୁ ଏହି ସୁରକ୍ଷା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସୁରକ୍ଷା ଅନୁଯାୟୀ ସମୁଦାୟ ୩୩ ସୁରକ୍ଷା କର୍ମୀଙ୍କ ଟିମ୍‌ ୨୪ ଘଣ୍ଟା ଜଗଦୀପ ସିଂହ ଗିଲ୍‌ଙ୍କ ଚାରିପଟେ ଘେରି ରହିବା ସହ ତାଙ୍କୁ ସୁରକ୍ଷା ଯୋଗାଇବେ । 'ରାଧା ସ୍ୱାମୀ ସତସଙ୍ଗ ବ୍ୟାସ' ପଞ୍ଜାବର ଅମୃତସର ନିକଟରେ ଥିବା ବ୍ୟାସ ନଦୀ ନିକଟରେ ଅବସ୍ଥିତ । ଏହି ସଙ୍ଗଠନ ୧୮୯୧ ମସିହାରେ ସ୍ଥାପିତ ହୋଇଥିଲା।

Radha Soami head

ଦେଶ ତଥା ବିଦେଶରେ ଏହି ଧାର୍ମିକ ସଙ୍ଗଠନର ଲକ୍ଷାଧିକ ଶ୍ରଦ୍ଧାଳୁ ରହିଛନ୍ତି। ପ୍ରାୟ ୯୦ଟି ଦେଶରେ ଏହି ସଙ୍ଗଠନ ପରିବ୍ୟାପ୍ତ ହୋଇଥିବା ବେଳେ ଏହାର ଶ୍ରଦ୍ଧାଳୁ ରହିଛନ୍ତି। ଜଗଦୀପ ସିଂହ ଗିଲ୍‌ କିଛି ମାସ ହେବ ଏହି ସଙ୍ଗଠନର ପ୍ରମୁଖ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି। ସେ ଆଇଆଇଟି ଦିଲ୍ଲୀରୁ ଡିଗ୍ରୀ ହାସଲ କରିଥିବା ବେଳେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ରସାୟନ ଇଞ୍ଜିନିୟରିଂରେ ଡକ୍ଟରେଟ ହାସଲ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+