ନୀତିନ ନବୀନଙ୍କୁ Z କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ, ଏବେ ସୁରକ୍ଷା କରିବେ ସିଆରପିଏଫ କମାଣ୍ଡୋ
ବିଜେପିରେ ନୀତିନ ନବୀନ ଯୁଗ ଆରମ୍ଭ ହୋଇଛି । ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି ୪୫ ବର୍ଷୀୟ ନୀତିନ ନବୀନ । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିର ୧୨ତମ ଅଧ୍ୟକ୍ଷଙ୍କ ନାଁ ଘୋଷଣା ହୋଇଛି । ଗତକାଲି ନିନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ତାଙ୍କ ସପକ୍ଷରେ ୩୮ ସେଟ୍ ନାମାଙ୍କନ ଦାଖଲ ହୋଇଥିଲା । ପ୍ରଧାନମନ୍ତରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସମେତ ଟପ୍ ନେତା ପ୍ରସ୍ତାବକ ଥିଲେ । ନୀତିନଙ୍କ ଦାୟିତ୍ୱ ଗ୍ରହଣ ବିଜେପିର ସଂକଳ୍ପ ପର୍ବରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବଡ଼ ସେଲିବ୍ରେସନ ହୋଇଛି ।
ଗୃହମନ୍ତ୍ରଣାଳୟ ତରଫରୁ ନୀତିନ ନବୀନଙ୍କୁ Z କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ କରାଯାଇଛି । ଏହି ସୁରକ୍ଷା ତାଙ୍କୁ ଅଧ୍ୟକ୍ଷ ହେବା ପୂର୍ବରୁ ମିଳିଛି । ନୀତିନ ନବୀନଙ୍କ ସୁରକ୍ଷା ଦାୟିତ୍ବ ଏବେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(ସିଆରପିଏଫ) କମାଣ୍ଡୋ କରିବେ । ଖବର ମୁତାବକ, ଏହି ନିଷ୍ପତ୍ତି ଇଣ୍ଟେଲେିଜେନ୍ସୀ ବ୍ୟୁରୋର ରିପୋର୍ଟ ଅନୁସାରେ ନିଆଯାଇଛି । ସମ୍ଭାବ୍ୟ ବିପଦକୁ ଦେଖି ଉଚ୍ଚସ୍ତରୀୟ ସୁରକ୍ଷା ସୁପାରିଶ କରାଯାଇଥିଲା । ପରେ ଗୃହ ମନ୍ତ୍ରଣାଳୟ Z କ୍ୟାଟେଗୋରୀ ସୁରକ୍ଷାକୁ ମଞ୍ଜୁରୀ ଦେଇଛି ।

ବିଜେପି ଅଧ୍ୟକ୍ଷ ହେବା ପରେ ନୀତିନ ନବୀନଙ୍କ ରାଜନୈତିକ ଗତିବିଧି ଏବଂ ସାର୍ବଜନୀନ କାର୍ଯ୍ୟକ୍ରମ ବଢିବାର ସମ୍ଭାବନା ରହିଛି । ଏଥିପାଇଁ ସୁରକ୍ଷା ଏଜେନ୍ସୀ ପୂର୍ବରୁ ଏଭଳି ପଦକ୍ଷେପ ନେଇଛି । ଗୃହ ମନ୍ତ୍ରଣାଳୟ ଏବଂ ସୁରକ୍ଷା ଏଜେନ୍ସୀ ସ୍ଥିତି ଉପର ଲଗାତାର ନଜର ରଖିଛି । ଆବଶ୍ୟକତା ପଡିଲେ ସୁରକ୍ଷା ବ୍ୟବସ୍ଥା ଆଗାମୀ ଦିନରେ ପରିବର୍ତ୍ତନ କରାଯିବ ।
-
ହୋଇଛି ବଡ଼ ଯୋଜନା! କାହିଁକି ରାଜ୍ୟସଭା ଯିବେ ନୀତୀଶ? -
ପୁଣି ଥରେ ଭାରତକୁ ସାହାଯ୍ୟର ହାତ ବଢାଇଛି ଋଷିଆ, ସାରା ବିଶ୍ବରେ.... -
ବୁଡ଼ିଗଲା ଇରାନର ଯୁଦ୍ଧ ଜାହାଜ, 101 ଜଣ ନିଖୋଜ -
ହୋଲିରେ କର୍ମଚାରୀଙ୍କୁ ବଡ଼ ଉପହାର, ୩% ବଢିଲା ମହଙ୍ଗା ଭତ୍ତା -
ଇରାନର ମିସାଇଲ୍ ମାଡ଼ରେ ଆମେରିକାର ଯବାନ ନିହତ -
ଇରାନୀ ବିମାନକୁ ଗୁଳି କରି ଖସାଇଲା ଇସ୍ରାଏଲ -
ପ୍ରଧାନମନ୍ତ୍ରୀ ମୋଦୀ ଚାଲିଯିବା ପରେ ଅପରେସନ;ଇସ୍ରାଏଲ ରାଷ୍ଟ୍ରଦୂତ -
ଆଫଗାନିସ୍ତାନ - ପାକିସ୍ତାନ ମୁହାଁମୁହିଁ ; ୧୫୦ ସୈନ୍ୟଙ୍କୁ ମାରିଲା ଆଫଗାନିସ୍ତାନ, ୪୦ ପୋଷ୍ଟ୍ ଉପରେ କବଜା -
T-20 ବିଶ୍ବକପର ଆଜି ପ୍ରଥମ ସେମିଫାଇନାଲ୍ ମୁକାବିଲା, ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ -
ଆଫଗାନ ତାଲିବାନର କମାଣ୍ଡରଙ୍କୁ ହତ୍ୟା -
ମଧ୍ୟପ୍ରାଚ୍ୟ ଉତ୍ତେଜନା ବୃଦ୍ଧି ଯୋଗୁଁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ -
ଶାକାହାରୀମାନଙ୍କୁ ହେବନି ଏହି 5 ପ୍ରକାର କ୍ୟାନ୍ସର, ରିସର୍ଚ୍ଚରୁ ବଡ଼ ଖୁଲାସା











Click it and Unblock the Notifications