ପିଲାଙ୍କୁ ମନା ସୋସିଆଲ୍ ମିଡିଆ!, ଆକାଉଣ୍ଟ ଖୋଲିବାକୁ ଦରକାର ଅଭିଭାବକଙ୍କ ଅନୁମତି

ନୂଆଦିଲ୍ଲୀ : ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ ଲାଗିବ କଟକଣା । ଏଣିକି ସାମାଜିକ ଗଣମାଧ୍ୟମରେ ଆକାଉଣ୍ଟ ଖୋଲିବାକୁ ଦରକାର ହେବ ଅଭିଭାବକଙ୍କ ଅନୁମତି । ଅଭିଭାବକମାନେ ଅନୁମତି ଦେଇଛନ୍ତି କି ନାହିଁ ସେ ସମ୍ପର୍କରେ ମଧ୍ୟ ଯାଞ୍ଚ ହେବ । ପ୍ରାୟ ୪୧ ମାସ ପୂର୍ବରୁ ଡିଜିଟାଲ ଡାଟା ସିକ୍ୟୁରିଟି ବିଲ୍ ୨୦୨୩ କୁ ସଂସଦ ଅନୁମୋଦନ କରିଥିଲା, ଯାହା ପରେ ଏହି ଡ୍ରାଫ୍ଟ ନିୟମାବଳୀ ଜାରି କରାଯାଇଛି ।

ତେବେ ଶିକ୍ଷାନୁଷ୍ଠାନ ଓ ଶିଶୁ କଲ୍ୟାଣ ସଂଗଠନକୁ ଏହି ନିୟମରୁ ବାଦ ଦିଆଯାଇଛି । ୧୮ ବର୍ଷରୁ କମ୍ ପିଲାଙ୍କ ସାମାଜିକ ଗଣମାଧ୍ୟମ ବ୍ୟବହାର ଉପରେ କଟକଣା ଜାରି ପାଇଁ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଅଧିନିୟମ, ୨୦୨୩ରେ ସଂଶୋଧନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ନାଗରିକଙ୍କ ମତାମତ ଲୋଡା ଯାଇଛି ।

social media
ଜନସାଧାରଣ ଏଥିପାଇଁ ଜାନୁଆରୀ ୩ରୁ ଫେବ୍ରୁଆରୀ ୧୮ ତାରିଖ ମଧ୍ୟରେ mygov.in ୱେବସାଇଟ୍ ଜରିଆରେ ନିଜର ମତାମତ ଓ ଅଭିଯୋଗ ରଖିପାରିବେ। ଫେବ୍ରୁଆରୀ ୧୮ ତାରିଖ ପରେ ହିଁ ଏହି ନୂଆ ନିୟମାବଳୀ ସମ୍ପର୍କରେ ନିଷ୍ପତ୍ତି ନିଆଯିବ।

ଡିଜିଟାଲ ପର୍ସୋନାଲ ଡାଟା ପ୍ରୋଟେକ୍ସନ ଆକ୍ଟ ବା ଡିପିଡିପି ଡ୍ରାଫ୍ଟ ରୁଲରେ ପର୍ସୋନାଲ ଡାଟା ସୁରକ୍ଷା ପାଇଁ କଡ଼ା ନିୟମାବଳୀ ରଖିଛନ୍ତି ସରକାର। ଯେଉଁଥିରେ ବ୍ୟକ୍ତିଗତ ତଥ୍ୟ ଉପରେ ବ୍ୟବହାରକାରୀଙ୍କ ଅଧିକାର, ଡାଟା ଡିଲିଟ୍ କରିବା ଉପରେ ଅଧିକାର, ବ୍ୟକ୍ତିଗତ ତଥ୍ୟ ସଂଗ୍ରହ ବେଳେ କମ୍ପାନୀକୁ ଉଦେଶ୍ୟ ପଚାରିବା ଏବଂ ଡାଟା ଲିକ୍ ପାଇଁ ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଦେବା ଭଳି ବ୍ୟବସ୍ଥା ରହିଛି। ଗତ ଅଗଷ୍ଟ ୨୦୨୩ ସଂସଦର ଅନୁମତି ପାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+