କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ, ଯାତ୍ରୀଙ୍କୁ ଟିକେଟ୍ ଟଙ୍କା ଶୀଘ୍ର ଫେରାଇବ ଇଣ୍ଡିଗୋ
ଡିସେମ୍ବର ୫ରେ ଇଣ୍ଡିଗୋର ୧୦୦୦ ଉଡ଼ାଣ ବାତିଲ ହୋଇଥିଲା ଏବଂ ଏହି ସ୍ଥିତି ଶନିବାର ମଧ୍ୟ ଦେଖିବାକୁ ମିଳିଛି । ରିଫଣ୍ଡ ପ୍ରକ୍ରିୟାରେ ବଳିମ୍ବ ହେଲେ କିମ୍ବା ଅନିୟମିତତା ହେଲେ କମ୍ପାନୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରାଳୟ କହିଛନ୍ତି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ବାତିଲ ହୋଇଥିବା ବିମାନର ଯାତ୍ରୀଙ୍କୁ ରବିବାର ରାତି ୮ଟା ଭିତରେ ରିଫଣ୍ଡ ମିଳିବା ଦରକାର । ଏହା ସହ କୌଣସି ଯାତ୍ରୀଙ୍କ ପାଖରୁ ଶୁଳ୍କ ନିଆଯିବ ନାହିଁ । ସେପଟେ ଆଜି (ଶନିବାର) ମଧ୍ୟ ୪୦୦ରୁ ଅଧିକ ବିମାନ ଉଡ଼ାଣ ରଦ୍ଦ ହୋଇଛି ।

ଯାତ୍ରୀମାନଙ୍କ ଲାଗି ସ୍ବତନ୍ତ୍ର ରିଫଣ୍ଡ କେନ୍ଦ୍ର ସ୍ଥାପନ କରିବାକୁ ଏୟାର ଲାଇନକୁ ନିର୍ଦ୍ଦେଶ ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ସ୍ଥିତି ସ୍ବାଭାବିକ ନହେବା ପର୍ଯ୍ୟନ୍ତ ସ୍ବୟଂଚାଳିତ ରିଫଣ୍ଡ ପ୍ରକ୍ରିୟା ଜାରି ରହିବ । ଏହା ବ୍ୟତୀତ ଉଡ଼ାଣ ବାତିଲ କିମ୍ବା ବିଳମ୍ବ ଯୋଗୁଁ, ରହିଯାଇଥିବା ଲଗେଜ୍କୁ ଯାତ୍ରୀଙ୍କ ପାଖରେ ପହଞ୍ଚାବାକୁ ଏୟାର ଲାଇନକୁ ନିର୍ଦ୍ଦେଶ ମିଳିଛି । ଏଥି ଲାଗି ଏୟାର ଲାଇନକୁ କେବଳ ୪୮ ଘଣ୍ଟା ସମୟ ଦିଆଯାଇଛି ।












Click it and Unblock the Notifications