ଜାତୀୟ ମହିଳା ଆୟୋଗର ନୂଆ ଅଧ୍ୟକ୍ଷ ହେଲେ ବିଜୟ ରାହତକର
ବିଜୟା ରାହତକରଙ୍କୁ ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ଭାବେ ନିଯୁକ୍ତ କରାଯାଇଛି। ଏନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାହତକର ଏହା ପୂର୍ବରୁ ୨୦୧୬ ରୁ ୨୦୨୧ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମହିଳା ଆୟୋଗ ଅଧ୍ୟକ୍ଷ ଥିଲେ। ସାମାଜିକ କାର୍ଯ୍ୟରେ ତାଙ୍କର ଭୂମିକାକୁ ବିଚାର କରି ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।
ଏଥି ସହିତ ଅର୍ଚ୍ଚନା ମଜୁମଦାରଙ୍କୁ ଜାତୀୟ ମହିଳା ଆୟୋଗର ସଦସ୍ୟ ଭାବରେ ନିଯୁକ୍ତ କରାଯାଇଛି। ମହିଳାଙ୍କ ଅଧିକାରର ସୁରକ୍ଷା, ସେମାନଙ୍କ ପ୍ରତି ଭେଦଭାବ ଏବଂ ହିଂସା ଦୂର କରିବା ଏବଂ ସେମାନଙ୍କୁ ସବୁ କ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ କରିବା ହେଉଛି ଜାତୀୟ ମହିଳା ଆୟୋଗର ଉଦ୍ଦେଶ୍ୟ। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ରାହଟକରଙ୍କ ନିଯୁକ୍ତି ବ୍ୟତୀତ ଅର୍ଚନା ମଜୁମଦାରଙ୍କୁ ତିନି ବର୍ଷ କାର୍ଯ୍ୟକାଳ ପାଇଁ ଆନୁଷ୍ଠାନିକ ଭାବେ ଏନସିଡବ୍ଲ୍ୟୁ ସଦସ୍ୟ ଭାବରେ ମନୋନୀତ କରାଯାଇଛି।

ମହିଳା ଅଧିକାରର ଅଗ୍ରଗତି ଦିଗରେ କାର୍ଯ୍ୟ କରିବାକୁ ଏନସିଡବ୍ଲ୍ୟୁ, ଏକ ବିଧିଗତ ସଂସ୍ଥା। ଏଥିରେ ମହିଳାମାନଙ୍କ ପାଇଁ ଦିଆଯାଇଥିବା ସାମ୍ବିଧାନିକ ଏବଂ ଆଇନଗତ ସୁରକ୍ଷା ସମୀକ୍ଷା କରିବା ଅନ୍ତର୍ଭୁକ୍ତ। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ ରାହଟକର ବିଭିନ୍ନ ରାଜନୈତିକ ତଥା ସାମାଜିକ ଦାୟିତ୍ୱରେ ନେତୃତ୍ୱ ଦକ୍ଷତା ପ୍ରଦର୍ଶନ କରିଛନ୍ତି।
ମହାରାଷ୍ଟ୍ର ରାଜ୍ୟ ମହିଳା ଆୟୋଗ (୨୦୧୬-୨୦୨୧) ର ଚେୟାରମ୍ୟାନ ଭାବରେ କାର୍ଯ୍ୟ କରିବା ସମୟରେ ସେ 'ସକ୍ଷମ' (ଏସିଡ ଆଟାକ ବଞ୍ଚାଅଙ୍କ ସହାୟତା), ପ୍ରଜ୍ୱଳା (କେନ୍ଦ୍ର ସରକାରଙ୍କ ଯୋଜନା ସହିତ ସେଲ୍ଫ ହେଲପ ଗ୍ରୁପଙ୍କୁ ଲିଙ୍କ କରିବା) ଏବଂ ସୁହିତା ଭଳି ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି। (ମହିଳାମାନଙ୍କ ପାଇଁ 24×7 ହେଲ୍ପଲାଇନ ସେବା) ଭଳି ପଦକ୍ଷେପ ନେଇଥିଲେ।
କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତି ଅନୁଯାୟୀ ରାହତକରଙ୍କୁ ଏହି ପଦବୀରେ ତିନି ବର୍ଷ କିମ୍ବା ୬୫ ବର୍ଷ ବୟସ ପର୍ଯ୍ୟନ୍ତ ନିଯୁକ୍ତି କରାଯାଇଛି। ସେ ଆୟୋଗର ନବମ ଅଧ୍ୟକ୍ଷ ହେବେ। ରାହତକର ମଧ୍ୟ ବିଜେପି ମହିଲା ମୋର୍ଚ୍ଚାର ସଭାପତି ରହିଛନ୍ତି।












Click it and Unblock the Notifications