କରୋନା ଟିକା ପାଇଁ ଜାରି ହେଲା ଗାଇଡଲାଇନ, ଜାଣନ୍ତୁ କେମିତି ନେବେ ଟିକା
ଟିକା ମିଳିବା ପରେ କେମିତି ଟୀକାକରଣ କରାଯିବ, ସେଥିପାଇଁ ଆଜି କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି।
ନୂଆଦିଲ୍ଲୀ: କରୋନା ପାଇଁ ଆସିଲା ବ୍ରହ୍ମାସ୍ତ୍ର । ଏବେ ଦିଆଯିବ କରୋନା ଟିକା । ଅନ୍ୟ ଦେଶମାନଙ୍କରେ ଟୀକାକରଣ ଆରମ୍ଭ ହେବାକୁ ଥିବା ବେଳେ ଆସନ୍ତା କିଛି ସପ୍ତାହ ମଧ୍ୟରେ ଭାରତକୁ କରୋନା ଟିକା ମିଳିବ ବୋଲି କୁହାଯାଉଛି। ଟିକା ମିଳିବା ପରେ କେମିତି ଟୀକାକରଣ କରାଯିବ, ସେଥିପାଇଁ ଆଜି କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି।
ଟିକା ପ୍ରଦାନ ନେଇ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର। କେବଳ ପୂର୍ବ ପଞ୍ଜୀକୃତଙ୍କୁ ହିଁ ଟିକା ମିଳିବ ବୋଲି ଗାଇଡଲାଇନ ଉଲ୍ଲେଖ କରାଯାଇଛି। ଟିକା ପାଇଁ Co-WIN ଆପ୍ରେ ପଞ୍ଜୀକରଣ କରିବା ଜରୁରୀ ବୋଲି କୁହାଯାଇଛି। ପଞ୍ଜୀକରଣ ପାଇଁ ୧୨ ପ୍ରକାର ପରିଚୟପତ୍ର ଦେଖାଇବା ଜରୁରୀ। ଭୋଟର ପରିଚୟପତ୍ର, ଆଧାର, ଡିଏଲ୍ ଆଦି ୧୨ ପ୍ରକାର ପରିଚୟପତ୍ର ଦେଖାଇବାକୁ ପଡିବ।
ଟିକାକରଣ କେନ୍ଦ୍ରରେ କେବଳ ପୂର୍ବ ପଞ୍ଜୀକୃତଙ୍କୁ ହିଁ ଟିକା ମିଳିବ। ଟିକାକରଣ କେନ୍ଦ୍ରରେ ସ୍ପଟ୍ ରେଜିଷ୍ଟ୍ରେସନ କରାଯାଇପାରିବ ନାହିଁ। ପ୍ରତି କେନ୍ଦ୍ରରେ ଦୈନିକ ଶହେରୁ ୨ଶହ ଲୋକଙ୍କୁ ଟିକା ଦିଆଯିବ।

ଜଣେ ଟିକା ନେଲା ପରେ ୩୦ ମିନିଟ କାଳ ଅନୁଧ୍ୟାନ କରାଯିବ। ପ୍ରଥମେ ୩୦ କୋଟି ଲୋକଙ୍କୁ ୬୦ କୋଟି ଟିକା ଡୋଜ୍ ପାଇଁ ବ୍ୟବସ୍ଥା ହୋଇଛି। ୬୦ କୋଟି ଟିକା ଡୋଜ୍ ଦେବାକୁ ନିର୍ବାଚନ ବ୍ରିଗେଡ ଲଗାଯିବ। ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖ କର୍ମୀ ଆଦି ୩୦ କୋଟି ଲୋକଙ୍କୁ ପ୍ରଥମେ ମିଳିବ ଟିକା।












Click it and Unblock the Notifications