‘ଚନ୍ଦ୍ରାୟାନ-୫ ମିଶନ’କୁ ମିଳିଲା କ୍ୟାବିନେଟ ମଞ୍ଜୁରୀ
କେନ୍ଦ୍ର ସରକାର 'ଚନ୍ଦ୍ରାୟାନ-୫ ମିଶନ'କୁ ଅନୁମୋଦନ କରିଛନ୍ତି। ଏହି ମିଶନ ଅଧୀନରେ, ଚନ୍ଦ୍ରପୃଷ୍ଠର ଅଧ୍ୟୟନ ପାଇଁ୨୫୦ କିଲୋଗ୍ରାମର ଏକ ରୋଭର ପଠାଯିବ। ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନ ଏହି ଖବରକୁ ନିଶ୍ଚିତ କରିଛନ୍ତି ଏବଂ କହିଛନ୍ତି ଯେ ଏହି ମିଶନ ଜାପାନ ସହଯୋଗରେ ପରିଚାଳିତ ହେବ। ରବିବାର ଏକ ସମ୍ବର୍ଦ୍ଧନା ଉତ୍ସବରେ ଭାଷଣ ଦେଇ ଇସ୍ରୋ ମୁଖ୍ୟ କହିଛନ୍ତି , ଚନ୍ଦ୍ରାୟାନ-୫କୁ ନିକଟରେ ସବୁଜ ସଙ୍କେତ ଦିଆଯାଇଛି।

ନିକଟରେ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରେ ଇସ୍ରୋର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ଅବସରରେ ଭି ନାରାୟଣନଙ୍କ ସମ୍ମାନରେ ସମାରୋହ ଆୟୋଜିତ କରାଯାଇଛି । ଏହି ସମାରୋହରେ ନାରାୟଣନ କହିଛନ୍ତି, ଚନ୍ଦ୍ରଯାନ-୩ ମିଶନରେ ୨୫ କିଲୋଗ୍ରାମର ରୋଭର ପ୍ରଜ୍ଞାନକୁ ଚନ୍ଦ୍ରକୁ ପଠାଯାଇଥିଲା । କିନ୍ତୁ ଚନ୍ଦ୍ରଯାନ-୫ ମିଶନ ଆଧାରରେ ଚନ୍ଦ୍ର ପୃଷ୍ଠର ଅଧ୍ୟୟନ କରିବା ପାଇଁ ୨୫୦ କିଲୋଗ୍ରାମର ଏକ ରୋଭର ପ୍ରେରଣ କରାଯିବ । ଏହି ତିନି ଦିନ ପୂର୍ବେ ଆମକୁ ଚନ୍ଦ୍ରଯାନ-୫ ମିଶନ ପାଇଁ କେନ୍ଦ୍ରର ମଞ୍ଜୁରୀ ମିଳିଛି । ଜାପାନ ସହଯୋଗରେ ଏହି ମିଶନ ପୂରା କରାଯିବ ।












Click it and Unblock the Notifications