ଏନଟିଏ ସଂସ୍କାର ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲା ଶିକ୍ଷା ମନ୍ତ୍ରାଳୟ
ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ମଧ୍ୟରେ ଶିକ୍ଷା ମନ୍ତ୍ରଣାଳୟ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଛି । ଏହି କମିଟି ପରୀକ୍ଷା ପ୍ରକ୍ରିୟାରେ ଉନ୍ନତି ଆଣିବା, ଡାଟା ସୁରକ୍ଷା ପ୍ରୋଟୋକଲ୍ ଏବଂ ଏନଟିଏ ଢାଞ୍ଚାରେ ଉନ୍ନତି ଆଣିବା ଉପରେ କାର୍ଯ୍ୟ କରିବ । ଏହି କମିଟି ୨ ମାସ ମଧ୍ୟରେ ଶିକ୍ଷା ମନ୍ତ୍ରଣାଳୟକୁ ରିପୋର୍ଟ ପ୍ରଦାନ କରିବ ।
୭ ଜଣ ବିଶେଷଜ୍ଞଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି । ଏହି ୭ ଜଣିଆ କମିଟିର ଅଧ୍ୟକ୍ଷତା ଇସ୍ରୋର ପୂର୍ବତନ ମୁଖ୍ୟ ଡ. କେ ରାଧାକ୍ରିଷ୍ଣନ କରିବେ । ସେ ଏବେ ଆଇଆଇଟି କାନପୁରର ବୋର୍ଡ ଅଫ ଗଭର୍ଣ୍ଣରସ ଭାବେ କାମ କରୁଛନ୍ତି । ସେହିପରି କମିଟିରେ ଏମ୍ସର ପୂର୍ବତନ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ,

ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଜେ ରାଓ, ଆଇଆଇଟି ମାଡ୍ରାସର ସିଭିଲ ଇଞ୍ଜିନିୟର ବିଭାଗର ପୂର୍ବତନ ପ୍ରଫେସର ରାମମୂର୍ତ୍ତି କେ, ପିପୁଲ ଷ୍ଟ୍ରଙ୍ଗର ସହ ପ୍ରତିଷ୍ଠାତା ଓ କର୍ମଯୋଗୀ ଭାରତର ସଦସ୍ୟ ପଙ୍କଜ ବଂସଲ, ଆଇଆଇଟି ଦିଲ୍ଲୀର ଶିକ୍ଷାର୍ଥୀ ବ୍ୟାପାରର ଡିନ ଆଦିତ୍ୟ ମିତ୍ତଲ ଓ ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଗୋବିନ୍ଦ ଜୈସୱାଲ ରହିଛନ୍ତି ।












Click it and Unblock the Notifications