ୱାନ୍ ନେସନ-ୱାନ୍ ଇଲେକ୍ସନ ପାଇଁ ୮ ଜଣିଆ କମିଟି ଘୋଷଣା; ରାମନାଥ କୋବିନ୍ଦ କମିଟିର ଅଧ୍ୟକ୍ଷ
ୱାନ୍ ନେସନ-ୱାନ୍ ଇଲେକ୍ସନ ପାଇଁ ୮ ଜଣିଆ କମିଟି ଘୋଷଣା । କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ୮ ଜଣିଆ ସଦସ୍ୟଙ୍କ ନାଁ ଘୋଷଣା ହୋଇଛି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କମିଟିର ଅଧ୍ୟକ୍ଷ ହୋଇଛନ୍ତି । ଗୃହ ମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ଅଧୀର ଚୌଧୁରୀ ସଦସ୍ୟ ହୋଇଛନ୍ତି । ଗୁଲାମନବୀ ଆଜାଦ, ଏନ୍କେ ସିଂହ, ସୁଭାଷ କାଶ୍ୟପ ସଦସ୍ୟ ହୋଇଛନ୍ତି ।
ହରିଶ ସାଲଭେ ଏବଂ ସଂଜୟ କୋଠାରୀ ସଦସ୍ୟ ନିଯୁକ୍ତ ହୋଇଛନ୍ତି । ଆଇନ ମନ୍ତ୍ରୀ ଅର୍ଜ୍ଜୁନରାମ ମେଘୱାଲ କମିଟିର ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ହୋଇଥିବା ବେଳେ କେନ୍ଦ୍ର ଆଇନ ବ୍ୟାପାର ସଚିବ ନିତେନ ଚନ୍ଦ୍ର କମିଟିର ସଚିବ ନିଯୁକ୍ତ ହୋଇଛନ୍ତି ।
ୱାନ୍ ନେସନ୍, ୱାନ୍ ଇଲେକ୍ସନ'ର ଅର୍ଥ ହେଲା ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଗୋଟିଏ ସମୟରେ କରାଯିବ । ବିଜେପି ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ ଏ ପ୍ରସଙ୍ଗରେ ଅନେକ ସମୟରେ ଆଲୋଚନା ହୋଇଛି । ତେବେ ୨୦୧୪ ନିର୍ବାଚନ ସମୟରେ ଏହା ବିଜେପିର ନିର୍ବାଚନୀ ଇସ୍ତାହାରରେ ମଧ୍ୟ ସାମିଲ ଥିଲା ।

ସେପ୍ଟେମ୍ବର 18 ରୁ 22 ମଧ୍ୟରେ ସରକାର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାର ଗୋଟିଏ ଦିନ ପରେ ମୋଦି ସରକାରଙ୍କ ଏହି ପଦକ୍ଷେପ ନିଆଯାଇଛି । ତେବେ ବର୍ତ୍ତମାନ ସ୍ୱତନ୍ତ୍ର ଅଧିବେଶନର ଏଜେଣ୍ଡାକୁ ଗୁପ୍ତ ରଖାଯାଇଛି । ତେବେ ସଂସଦର ସ୍ୱତନ୍ତ୍ର ଅଧିବେଶନରେ 'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ'ବିଲ୍ ଉପସ୍ଥାପନ କରାଯାଇପାରେ । ହେଲେ ବର୍ତ୍ତମାନ ସରକାରଙ୍କ ତରଫରୁ ଏନେଇ କୌଣସି ଘୋଷଣା କରାଯାଇ ନାହିଁ ।
ସୂଚନାଥାଉ ଯେ, ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ତା'ପରେ ଆସନ୍ତା ବର୍ଷ ମେ-ଜୁନରେ ଲୋକସଭା ନିର୍ବାଚନ ହେବ । ହେଲେ ସରକାରଙ୍କ ଏହି ପଦକ୍ଷେପ ସାଧାରଣ ନିର୍ବାଚନ ଏବଂ ଲୋକସଭା ନିର୍ବାଚନ ପରେ ତଥା ଧାର୍ଯ୍ୟ ହୋଇଥିବା କେତେକ ରାଜ୍ୟ ନିର୍ବାଚନକୁ ସ୍ଥଗିତ ରଖିବାର ଆଶଙ୍କା ରହିଛି ।
୧୮ ରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସରକାର ୟୁନିଫର୍ମ ସିଭିଲ କୋଡ (ୟୁସିସି) ଏବଂ ମହିଳା ସଂରକ୍ଷଣ ବିଲ୍ ମଧ୍ୟ ପ୍ରଣୟନ କରିପାରନ୍ତି ।












Click it and Unblock the Notifications