ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ବଡ ଉପହାର, ସିଲିଣ୍ଡର ପିଛା ୩୦୦ ଟଙ୍କାର ସବସିଡି ରହିବ ଜାରି

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ଯେତେ ପାଖେଇ ଆସୁଛି ସବୁର ଦରଦାମ ସେତେ କମି କମି ଯାଉଛି । କେନ୍ଦ୍ର ସରକାରଙ୍କୁ ଏଲ୍‌ପିଜି ରନ୍ଧନ ଗ୍ୟାସ୍‌ର ମୂଲ୍ୟ ବୃଦ୍ଧି ନେଇ ନାନା ସମାଲୋଚନାର ଶିକାର ହେବାକୁ ପଡ଼ୁଥିଲା । ତେଣୁ ନିର୍ବାଚନକୁ ଆଖ୍ ଆଗରେ ରଖ୍ ସରକାର ନିକଟରେ ୩୦୦ ଟଙ୍କାରେ ସବ୍‌ସିଡି ଜାରି କରିଥିଲେ ।

ଆଉ ବର୍ତ୍ତମାନ କେନ୍ଦ୍ର ସରକାର ଏଲପିଜି ସିଲିଣ୍ଡର ଉପରେ ଦିଆଯାଉଥିବା ସବସିଡି ଏକ ବର୍ଷ ପାଇଁ ବୃଦ୍ଧି କରିଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ହିତାଧିକାରୀମାନେ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଏଲପିଜି ସିଲିଣ୍ଡର ଉପରେ ସବସିଡି ପାଇବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏଲପିଜି ସିଲିଣ୍ଡର ଉପରେ ସବସିଡି ଦେବାର ଅବଧିକୁ ଏକ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ।

LPG subsidy for Ujjwala beneficiaries

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ୧୦ କୋଟି ପରିବାର ଉପକୃତ ହେବେ ବୋଲି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ସୂଚନା ଗେଇଛନ୍ତି । ତେବେ ଏହା ଦ୍ୱାରା ସରକାରଙ୍କ ଉପରେ ଅତିରିକ୍ତ ୧୨ ହଜାର କୋଟିର ବୋଝ ପଡ଼ିବ । ଏହି ସମ୍ପର୍କରେ ସୂଚନା ଦେଇ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ହିତାଧିକାରୀଙ୍କୁ ଦିଆଯାଉଥିବା ସିଲିଣ୍ଡର ପିଛା ୩୦୦ ଟଙ୍କା ସବସିଡି ଯୋଜନା ମାର୍ଚ୍ଚ ୩୧, ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ସେ ଆହୁରି କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଝୋଟର ଏମଏସପିରେ ୧୨୨ ପ୍ରତିଶତ ବୃଦ୍ଧି ଘଟିଛି, ଯାହା ଦ୍ୱାରା ୪୪ ଲକ୍ଷ ଜୁଟ ଚାଷୀ ସିଧାସଳଖ ଉପକୃତ ହେବେ । ବିଶେଷ କରି ବିହାର, ବଙ୍ଗଳା, ଆସାମ ଓ ଓଡ଼ିଶା ସମେତ ଭାରତର ପୂର୍ବାଞ୍ଚଳର କୃଷକମାନେ ଏହା ଦ୍ୱାରା ଉପକୃତ ହେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+