ସ୍ବଚ୍ଛତା କ୍ୟାମ୍ପେନ: କବାଡି ସାମଗ୍ରୀରୁ ମିଳିଲା 250 କୋଟି

ଦେଶରେ ଚାଲିଥିବା ସ୍ୱଚ୍ଛତା ଅଭିଯାନ ଅଧୀନରେ କବାଡି ସାମଗ୍ରୀ ବିକ୍ରୟ କରି 250 କୋଟିରୁ ଅଧିକ ଆୟ କରିଛନ୍ତି ।

ନୂଆଦିଲ୍ଲୀ: ସାଧାରଣତଃ ଘରେ କୌଣସି ସାମଗ୍ରୀ ନଷ୍ଟ ହୋଇଗଲେ ଆମେ ଏହାକୁ କବାଡି ବୋଲି କହି ଫିଙ୍ଗି ଦେଇଥାଉ। କିନ୍ତୁ ଏହି କବାଡି ବିକ୍ରି କରି ଏମିତି କେତେ ବା ଟଙ୍କା ରୋଜଗାର କରି ହେବ ? ଆପଣଙ୍କୁ ଲାଗୁଥିବ କି ବଡ ଜିନିଷ ହେଲେ ଅତି ବେଶୀରେ ହଜାରେ କି ଦୁଇ ହଜାର ଟଙ୍କାରେ । କିନ୍ତୁ ବର୍ତ୍ତମାନ ସରକାରୀ ସ୍ତରରେ ଚାଲିଥିବା ଏକ ସ୍ବଚ୍ଛତା ଡ୍ରାଇଭରୁ ମିଳିଛି ଲାଭ । କବାଡି ସାମଗ୍ରୀ ବିକ୍ରୟ କରି 250 କୋଟିରୁ ଅଧିକ ଆୟ କରିଛନ୍ତି କେନ୍ଦ୍ର ସରକାର। ତେବେ ଏନେଇ ରାଜସ୍ଥାନ କ୍ୟାଜର ବରିଷ୍ଠ ପ୍ରଶାସନିକ ଅଧିକାରୀ ଭି. ଶ୍ରୀନିବାସ ଶୁକ୍ରବାର ସୂଚନା ଦେଇଛନ୍ତି । ଏହି ସ୍ବଚ୍ଛତା ଅଭିଯାନ ଯୋଗୁଁ ଏପରି ଲାଭ ମିଳିଥିବା ସେ କହିଛନ୍ତି ।

scrap

ଡିଏଆରପିଜି ସଚିବ ଶ୍ରୀନିବାସଙ୍କ କହିବା ଅନୁସାରେ, ଏହି ସ୍ବଚ୍ଛତା ଅଭିଯାନ ରାଜସ୍ଥାନରେ ହୋଇଥିଲା । ବଡ ଆକାରରେ ଏହାର ଆରମ୍ଭ କରାଯାଇଥିଲା। ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇ ଚଳିତ ମାସ 31 ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ରିମୋଟ୍ ଅଫିସ୍, ବିଦେଶରେ ମିଶନ୍, ସଂଲଗ୍ନ ତଥା ଅଧିନସ୍ଥ କାର୍ଯ୍ୟାଳୟରେ ଅନ୍ୟାନ୍ୟ ସଂଗଠନ ସହିତ ସ୍ୱତନ୍ତ୍ର ଡ୍ରାଇଭ୍ ପରିଚାଳିତ ହେଉଛି । ବର୍ତ୍ତମାନ ସୁଦ୍ଧା ଏହି ପଦକ୍ଷେପରେ ଭାରତର ଲକ୍ଷ ଲକ୍ଷ ନାଗରିକ ଉପକୃତ ହୋଇଛନ୍ତି ।

1989 ରାଜସ୍ଥାନ କ୍ୟାଡରର ଆଇଏଏସ ଅଫିସର ଶ୍ରୀନିବାସ କହିଛନ୍ତି, " ପ୍ରାୟ 61,532 ସ୍ଥାନରେ ସ୍ୱଚ୍ଛତା ଅଭିଯାନ କରାଯାଇଥିଲା ଓ ଏହି ଅଭିଯାନରୁ ସଂଗ୍ରହ ହୋଇଥିବା କବାଡି ସାମଗ୍ରୀରୁ 252.25 କୋଟି ଟଙ୍କା ରୋଜଗାର କରାଯାଇଥିବା ବେଳେ 34.69 ଲକ୍ଷ ବର୍ଗଫୁଟ ଅଞ୍ଚଳ ସଫା କରାଯାଇଛି । ତିନି ସପ୍ତାହ ମଧ୍ୟରେ ଏହି ଅଭିଯାନକୁ ମିଳିଛି ବଡ ସଫଳତା । ଏଥିରେ ହଜାର ହଜାର ଅଧିକାରୀ ଏବଂ ନାଗରିକ ଅଂଶଗ୍ରହଣ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+