• search
For Quick Alerts
Turn On Notification  
For Daily Alerts

ପ୍ରତ୍ୟେକ କରୋନା ମୃତକଙ୍କ ପାଇଁ କେନ୍ଦ୍ର ଦେଇପାରିବନି ଅନୁକମ୍ପା ରାଶି

|

ନୂଆଦିଲ୍ଲୀ : କୋରନା ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବା ନେଇ ସୁପ୍ରିମକୋର୍ଟର ଓକିଲ ଗୌରବ କୁମାର ବଂସଲଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଆଇଏଲ ଉପରେ ଜବାବ ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ଅନୁଯାୟୀ, ଭୟଙ୍କର ମହାମାରୀରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା 3 ଲକ୍ଷ 85 ହଜାରରୁ ଅଧିକ ହେଲାଣି । ଆଗାମୀ ଦିନରେ ଏହି ସଂଖ୍ୟା ବଢିବାର ଆଶଙ୍କା ରହିଛି । ଏଣୁ ସରକାର କ୍ଷତିପୂରଣ ଦେଇପାରିବେ ନାହିଁ । ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ଭୂମିକମ୍ପ, ବନ୍ୟା କ୍ଷେତ୍ରରେ ହିଁ କ୍ଷତିପୂରଣ ଦେବାର ବ୍ୟବସ୍ଥା ଅଛି ।

Supreme-Court-India

କେନ୍ଦ୍ର ସରକାର କହିଛନ୍ତି, ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ କ୍ଷତିପୂରଣ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ମାଧ୍ୟମରେ ପ୍ରଦାନ କରାଯାଇଥାଏ ଏବଂ ଯଦି ସମସ୍ତ ପୀଡିତାର ସମ୍ପର୍କୀୟଙ୍କୁ 4 ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଏ ତେବେ ରାଜ୍ୟ ମାନେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବେ, ଏପରିକି ଭବିଷ୍ୟତର ଲହର ପାଇଁ ପ୍ରସ୍ତୁତି ଉପରେ ପ୍ରଭାବ ପକାଇବ ।

ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ କ୍ଷତିପୂରଣ ରିଲିଫ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ମାଧ୍ୟମରେ ପ୍ରଦାନ କରାଯାଇଥାଏ । 2021-22 ବର୍ଷ ପାଇଁ ବାର୍ଷିକ ଆବଣ୍ଟନରେ ସମସ୍ତ ରାଜ୍ୟର ମିଳିତ SDRF ପାଣ୍ଠି ରହିଛି 22 ହଜାର 184 କୋଟି ଟଙ୍କା । ତେଣୁ ଯଦି କରୋନାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ 4 ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଏ, ତେବେ SDRF ର ସମସ୍ତ ପାଣ୍ଠି ଖର୍ଚ୍ଚ ହୋଇଯାଇପାରେ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦାଖଲ କରାଯାଇଥିବା ଆଫିଡେଭିଟ୍ ରେ କୁହାଯାଇଛି ।

ମହାମାରୀ କାଳରେ ଗଣମୃତ୍ୟୁ କ୍ଷେତ୍ରରେ ଏହି ସହାୟତା ଦେବାର ଆଇନରେ ବ୍ୟବସ୍ଥା ନାହିଁ । କୋଭିଡ ଯୋଗୁ ପ୍ରାୟ ସମସ୍ତ ରାଜ୍ୟ ଗଭୀର ଆର୍ଥିକ ସଂକଟରେ ରହିଛନ୍ତି । ହଜାର ହଜାର କୋଭିଡ୍ ରୋଗୀଙ୍କ ମୃତ୍ୟୁ କ୍ଷେତ୍ରରେ ଏହି ସହାୟତା ସମ୍ଭବ ନୁହେଁ । କ୍ଷତିପୂରଣ ବାବଦରେ ଏହି ବିପୁଳ ଅର୍ଥ ପ୍ରଦାନ କରାଗଲେ ମହାମାରୀ ସମୟରେ ସ୍ୱାସ୍ଥ୍ୟ ସେବା ଲାଗି ଖର୍ଚ୍ଚ ହ୍ରାସ ପାଇବ ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି କେନ୍ଦ୍ର ସରକାର । ସେପଟେ କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମୃତ୍ୟୁ ପ୍ରମାଣପତ୍ରରେ କୋଭିଡଜନିତ ମୃତ୍ୟୁ ବୋଲି ଲେଖିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି ।

ଅବମାନନା କରୁଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେଣେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମଚାରୀଙ୍କ ଉପରେ ଆକ୍ରମଣ କରୁଥିବା ଆକ୍ରମଣକାରୀଙ୍କ ବିରୋଧରେ ମହାମାରୀ ରୋଗ(ସଂଶୋଧନ) ଆଇନ 2020 ଲାଗୁ କରିବା ପାଇଁ ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ଆଇନ ଅନୁସାରେ ଆକ୍ରମଣକାରୀଙ୍କୁ 5 ବର୍ଷ ଯାଏଁ ଜେଲଦଣ୍ଡ ସହ 2 ଲକ୍ଷ ଟଙ୍କା ଯାଏଁ ଜରିମାନାର ବ୍ୟବସ୍ଥା ରହିଛି । ଏହା ସହ ଯଦି ଆକ୍ରମଣରେ ଡାକ୍ତର ବା ସ୍ୱାସ୍ଥ୍ୟ କର୍ମଚାରୀ ଅଧିକ ଗୁରୁତର ହୁଅନ୍ତି ତେବେ 7 ବର୍ଷ ଯାଏଁ ଜେଲ ଓ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Centre Denied To Provide Ex Gratia To People Died In corona virus
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X