ଶସ୍ତା ହୋଇପାରେ ବିମାନ ଟିକେଟ , ଗ୍ରାହକ ହେବେ ଆଶ୍ବସ୍ତ
ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ଶସ୍ତା ହୋଇପାରେ ବିମାନ ଟିକେଟ । ଅତ୍ୟଧିକ ଦାମ ଯୋଗୁଁ ସାଧାରଣ ଲୋକଟିଏ ବିମାନ ଯାତ୍ରା କରିବାରେ ସମସ୍ୟାର ସାମନା କରିଥାଏ । ବର୍ତ୍ତମାନ ଏହି ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି।
ନୂଆଦିଲ୍ଲୀ: ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ଶସ୍ତା ହୋଇପାରେ ବିମାନ ଟିକେଟ । ଅତ୍ୟଧିକ ଦାମ ଯୋଗୁଁ ସାଧାରଣ ଲୋକଟିଏ ବିମାନ ଯାତ୍ରା କରିବାରେ ସମସ୍ୟାର ସାମନା କରିଥାଏ । ବର୍ତ୍ତମାନ ଏହି ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି। ବିମାନ ସେବା ଯୋଗାଉଥିବା କମ୍ପାନୀମାନେ ବର୍ତ୍ତମାନ କୌଣସି ପ୍ରତିବନ୍ଧକ ବିନା ଟିକେଟ୍ ମୂଲ୍ୟ ନିର୍ଦ୍ଧାରଣ କରିବାକୁ ସକ୍ଷମ ହେବେ। କୋରୋନା ମହାମାରୀ ସମୟରେ ଲାଗୁ ହୋଇଥିବା ଏୟାର ଭଡ଼ା କ୍ୟାପକୁ ସମ୍ପୂର୍ଣ୍ଣ ହଟାଇବାକୁ ଯାଉଛନ୍ତି ସରକାର। ଅଗଷ୍ଟ 31ରୁ ଏହି ନିୟମ କାର୍ଯ୍ୟକାରୀ ହେବ ।

ଫେୟାର କ୍ୟାପ୍ ବର୍ତ୍ତମାନ 15 ଦିନିଆ ସାଇକେଲ୍ ବେସ୍ ଉପରେ ନିର୍ଭର କରୁଛି । ଅର୍ଥାତ୍ ବୁକିଂ ତାରିଖ ଠାରୁ 15 ଦିନ ଅବଧି ପରେ ବିମାନ ସେବା ଟିକେଟ୍ ମୂଲ୍ୟ ନିର୍ଦ୍ଧାରଣ କରିବାକୁ ସକ୍ଷମତା ରଖିଛି । ଯଦି ଜଣେ ବ୍ୟକ୍ତି 15 ଅଗଷ୍ଟ ଅର୍ଥାତ୍ ଆଜିଠାରୁ 4 ଦିନ ପରେ ଅହମ୍ମଦାବାଦରୁ ମୁମ୍ବାଇ ଯିବାକୁ ଚାହେଁ, ତେବେ ଅକାସା ବିମାନ ପାଇଁ ତାଙ୍କୁ ପ୍ରାୟ 4ହଜାର 2ଶହ ଟଙ୍କା ଦେବାକୁ ପଡି଼ବ । ଆଜିର ତାରିଖ ଠାରୁ 14 ଦିନ ପାଇଁ ଏହି ଟିକେଟ୍ ହାର ପ୍ରାୟ ସମାନ । ଯଦି ଆପଣ 25 ତାରିଖ ଅର୍ଥାତ 15 ମତ ଦିନ ପାଇଁ ଭଡ଼ା ଦେଖିବେ, ଏହା ପ୍ରାୟ ଅଧା ହୋଇଯାଇଥିବ । ଅର୍ଥାତ୍ ଆପଣଙ୍କୁ 21ଶହ ଟଙ୍କାରେ ଟିକେଟ୍ ମିଳିଯିବ ।
ଏୟାରଲାଇନ୍ସରୁ ଏୟାର ଫେୟାର କ୍ୟାପ୍ ହଟାଇବା ନିଷ୍ପତ୍ତି ଇଣ୍ଡିଗୋ, ସ୍ପାଇସଜେଟ, ଏୟାର ଇଣ୍ଡିଆ, ଭିସ୍ତାରା ଏବଂ ନୂତନ ବିମାନ ଅକାସାକୁ ଆଶ୍ୱସ୍ତୀ ପ୍ରଦାନ କରିବ। ଏହା ଏୟାରଲାଇନ୍ସର ରାଜସ୍ୱ ବୃଦ୍ଧି କରିଥାଏ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ,ଦୈନିକ ଚାହିଦା ଏବଂ ଏୟାର ଟର୍ବାଇନ ଇନ୍ଧନର ମୂଲ୍ୟର ଯତ୍ନର ସହ ବିଶ୍ଳେଷଣ କରିବା ପରେ ବିମାନ କ୍ୟାପ୍ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। କୋରୋନା ମହାମାରୀ କମିଯିବା ପରଠାରୁ ଘରୋଇ ବିମାନ ଚଳାଚଳ ପାଇଁ ମୂଲ୍ୟ ବ୍ୟାଣ୍ଡ ହଟାଇବାକୁ ଏୟାରଲାଇନ୍ସ ଦାବି କରିଆସୁଛି। ଘରୋଇ ବିମାନ ଚଳାଚଳର ସମ୍ପୂର୍ଣ୍ଣ ପୁନରୁଦ୍ଧାର ପାଇଁ ମୂଲ୍ୟ କ୍ୟାପ୍ ଏକ ବାଧା ସଦୃଶ ବୋଲି ଏୟାରଲାଇନ୍ସ କହିଛି।












Click it and Unblock the Notifications