Get Updates
Get notified of breaking news, exclusive insights, and must-see stories!

ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି:ଜିଏସଟିରେ ଗଡବଡ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ED

ନୂଆଦିଲ୍ଲୀ: ଜିଏସଟି ଚୋରି ରୋକିବା ପାଇଁ ମୋଦି ସରକାରଙ୍କ ବଡ଼ ପଦକ୍ଷେପ । ଜିଏସଟି ନେଟୱାର୍କକୁ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ ଆଣିବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ଫଳରେ ଜିଏସଟି ସହ ଜଡିତ ଅପରାଧ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅର୍ଥାତ୍ ଇଡି ସିଧାସଳଖ ହସ୍ତକ୍ଷେପ କରିବାକୁ ସମର୍ଥ ହେବ।

ଏଣିକି ଯଦି କୌଣସି ବ୍ୟବସାୟୀ ଜିଏସଟି ଦେୟ ନେଇ କୌଣସି ଗଡ଼ବଡ଼ କରନ୍ତି ତେବେ ଇଡି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ତେବେ ପରୋକ୍ଷ କର ଓ କଷ୍ଟମ ଟ୍ୟାସ୍କ ଚୋରି ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଏପରି ନିଷ୍ପତ୍ତି ନିଆଯାଇଛି । ଆଗକୁ ଜିଏସଟି ନେଟୱାର୍କ ଡାଟାର ସମସ୍ତ ଡାଚା ଇଡି ପାଖରେ ରହିବ । ପିଏମଏଲଏର ଧାରା ୬୧(୧)(୩) କ୍ରମରେ ଇଡି ଓ ଜିଏସଟିଏନ ମଧ୍ୟରେ ସୂଚନା ବିନିମୟ ହେବ ।

ସରକାରଙ୍କ ଏହି ନିଷ୍ପତ୍ତି ପରେ ଜିଏସଟି ସଂଗ୍ରହରେ ଥିବା ଅନିୟମିତତାକୁ ବହୁ ପରିମାଣରେ ନିୟନ୍ତ୍ରଣ କରାଯାଇପାରିବ ବୋଲି ଆଶା କରାଯାଉଛି । କାରଣ ଏଥର ଇଡି ଜିଏସଟି ସମ୍ବନ୍ଧୀୟ ଅପରାଧର ଅର୍ଥ ହେରଫେର ଭାବରେ ଅନୁସନ୍ଧାନ କରିବ ।

PMLA

ସୂଚନାଥାଉ ଯେ, ବ୍ଲାକରେ ଟଙ୍କା ରୋଜଗାରକ କରୁଥିବା ବ୍ୟକ୍ତିଙ୍କୁ ବା ବେଇଆନ୍ ଭାବେ କରାଯାଇଥିବା ସମ୍ପତ୍ତିକୁ ଜବତ କରିବା ପାଇଁ ୨୦୦୨ରେ PMLA ଆଇନ୍ ପାରିତ ହୋଇଥିଲା । ଏହି ଆଇନ ମନମୋହନ ସିଂଙ୍କ ସରକାରରେ 2005 ମସିହାରେ ଲାଗୁ ହୋଇଥିଲା। ବର୍ତ୍ତମାନ ସାରା ଦେଶରେ ପାଖାପାଖି ୧.୪ କୋଟି ଲୋକ କର ଦେଉଥିବା ନେଇ ସୂଚନା ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+