PFI ବ୍ୟାନ୍ LIVE : କେନ୍ଦ୍ର ସରକାର ପରେ PFI କୁ ବେଆଇନ ସଙ୍ଗଠନ ଘୋଷଣା କଲେ କେରଳ ସରକାର
PFI ବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ଉପରେ ଲାଗିଲା ପ୍ରତିବନ୍ଧକ ।
PFI ବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ଉପରେ ଲାଗିଲା ପ୍ରତିବନ୍ଧକ । ଗୃହମନ୍ତ୍ରଣାଳୟ ଏହି ସଂସ୍ଥା ଉପରେ ଲଗାଇଛି 5 ବର୍ଷ ପାଇଁ ପ୍ରତିବନ୍ଧକ । ସଂସ୍ଥାର ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର । ଦେଶର 6ଟି ରାଜ୍ୟରେ 90 ରୁ ଅଧିକ PFI କର୍ମଚାରୀଙ୍କୁ ଅଟକ ରଖାଯାଇଛି । ପୂର୍ବରୁ ସେପ୍ଟେମ୍ବର 22 ତାରିଖରେ 15ଟି ରାଜ୍ୟର 93ଟି ସ୍ଥାନରେ ଚଢାଉ କରିଥିଲା NIA । ଆତଙ୍କବାଦୀ ସଙ୍ଗଠନ ସିମି ଭାରତରୁ ବ୍ୟାନ ହେବା ପରେ ଏହାର ଫ୍ରଣ୍ଟାଲ ଅର୍ଗାନାଇଜେସନ ଭାବେ 2006ରେ ପିଏଫଆଇ ଗଠନ ହୋଇଥିଲା । ପ୍ରଥମ ରାଜ୍ୟ ଭାବେ କେରଳରେ ପିଏଫଆଇ ସକ୍ରିୟ ହୋଇଥିଲା । ବର୍ତ୍ତମାନ 24ଟି ରାଜ୍ୟରେ ସକ୍ରିୟ ରହିଛି । ସଙ୍ଗଠନ ପକ୍ଷରୁ ଦେଶ ବିରୋଧୀ କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଥିଲା ।ଏହି ବାବଦରେ ଅଧିକ ଖବର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡିଆ ସହିତ ଯୋଡି ହୋଇଥାନ୍ତୁ...

ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି ପିଏଫଆଇ ନିଷେଧାଦେଶକୁ ନିନ୍ଦା କରି ଟ୍ୱିଟରରେ କହିଛନ୍ତି ଯେ ସେ ସଂଗଠନର ଆଭିମୁଖ୍ୟକୁ ବିରୋଧ କରୁଥିବାବେଳେ ଏହି ନିଷେଧାଦେଶକୁ ସମର୍ଥନ କରାଯାଇପାରିବ ନାହିଁ। ସେ କହିଛନ୍ତି, "ମୁଁ ସର୍ବଦା ପିଏଫଆଇର ଆଭିମୁଖ୍ୟକୁ ବିରୋଧ କରିଆସିଛି ଏବଂ ଗଣତାନ୍ତ୍ରିକ ଆଭିମୁଖ୍ୟକୁ ସମର୍ଥନ କରିଆସିଛି,ପିଏଫଆଇ ଉପରେ ଏହି ନିଷେଧାଦେଶକୁ ସମର୍ଥନ କରାଯାଇପାରିବ ନାହିଁ।
ଗତ କିଛି ଦିନ ମଧ୍ୟରେ 100 ରୁ ଅଧିକ PFI ସଦସ୍ୟଙ୍କୁ ଗିରଫ କରାଯାଇଛି, ମୁଁ PFI କୁ ସମର୍ଥନ କରୁନାହିଁ କିନ୍ତୁ PFI ଉପରେ ନିଷେଧାଦେଶ ନେବା ପୂର୍ବରୁ ସରକାର ତଦନ୍ତକୁ ଅପେକ୍ଷା କରିବା ଉଚିତ୍ । ସରକାର କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ମଧ୍ୟ ବଜରଙ୍ଗ ଦଳ, RSS, VHP ଉପରେ ଯା଼ଞ୍ଚ କରିବାକୁ କହିବା ଉଚିତ୍ : AIUDF ବିଧାୟକ ରଫିକୁଲ ଇସଲାମ












Click it and Unblock the Notifications