କେନ୍ଦ୍ର ସରକାରଙ୍କ କଡା ନିର୍ଦ୍ଦେଶ, ନକଲି ସାର ବିକୁଥିଲେ ହୋଇଯାଆନ୍ତୁ ସାବଧାନ, ନଚେତ.....
କେନ୍ଦ୍ର ସରକାର' ନକଲି ଏବଂ ନିମ୍ନମାନର ସାର ବିକ୍ରି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କୁ ଏନେଇ ଚିଠି ଲେଖିଛନ୍ତି ।
ସମଗ୍ର ଦେଶରେ ନକଲି ସାର ବିକ୍ରି, ରିହାତିଯୁକ୍ତ ସାରର କଳାବଜାରୀ ଏବଂ ବାଧ୍ୟତାମୂଳକ ଟ୍ୟାଗିଂ ଭଳି ବେଆଇନ କାର୍ଯ୍ୟକଳାପକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଏହି ଚିଠି ଲେଖାଯାଇଛି । ଶ୍ରୀ ଚୌହାନ୍ କହିଛନ୍ତି, କୃଷି ହେଉଛି ଭାରତ ଅର୍ଥନୀତିର ମେରୁଦଣ୍ଡ ଏବଂ କୃଷକଙ୍କ ଆୟରେ ସ୍ଥିରତା ସୁନିଶ୍ଚିତ କରିବାପାଇଁ ସେମାନଙ୍କୁ ସଠିକ୍ ସମୟ ଏବଂ ସୁଲଭ ମୂଲ୍ୟରେ ଗୁଣାତ୍ମକ ସାର ଯୋଗାଇଦେବା ଅତ୍ୟନ୍ତ ଜରୁରୀ ।

ଶ୍ରୀ ଚୌହାନ କହିଛନ୍ତି, ଆବଶ୍ୟକସ୍ଥଳେ ସାରର ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧତା ସୁନିଶ୍ଚିତ କରିବା ହେଉଛି ରାଜ୍ୟଗୁଡ଼ିକର ଦାୟିତ୍ୱ । ଏନେଇ ଶ୍ରୀ ଚୌହାନ ରାଜ୍ୟଗୁଡ଼ିକୁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ବିଶେଷକରି କଳାବଜାରୀମାନଙ୍କର ଲାଇସେନ୍ସ ବାତିଲ ସହିତ ଦୋଷୀଙ୍କ ବିରୋଧରେ ଏତଲା ରୁଜ୍ଜୁ କରିବା ଉପରେ ଶ୍ରୀ ଚୌହାନ୍ ଗୁରୁତ୍ୱାରୋପ କରିଛନ୍ତି ।












Click it and Unblock the Notifications