ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି: ୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା
DA Hike News: ଦୀପାବଳି ପୂର୍ବରୁ 47 ଲକ୍ଷ କର୍ମଚାରୀ ଏବଂ କେନ୍ଦ୍ର ସରକାରଙ୍କ 68 ଲକ୍ଷ ପେନସନଭୋଗୀ ଏକ ବଡ଼ ଉପହାର ପାଇଛନ୍ତି । କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ) ଚାରି ପ୍ରତିଶତ ବୃଦ୍ଧି କରିବାକୁ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ଭତ୍ତ ବୃଦ୍ଧି ପରେ କର୍ମଚାରୀଙ୍କ ଡିଏ 42 ରୁ 46 ପ୍ରତିଶତକୁ ବୃଦ୍ଧି ପାଇଛି । ପୂର୍ବରୁ ଆଶା କରାଯାଉଥିଲା ଯେ ମହଙ୍ଗା ଭତ୍ତା 4 ପ୍ରତିଶତ ବୃଦ୍ଧି ପାଇବ ହେଲେ ବର୍ତ୍ତମନା ମୋଦି କ୍ୟାବିନେଟ୍ ଏହି ନିଷ୍ପତ୍ତିକୁ ଅନୁମୋଦନ କପିଛନ୍ତି । ଆଜି ଏହାର ଆନୁଷ୍ଠନିକ ଘୋଷଣା ମଧ୍ୟ କରାଯାଇପାରେ ।
କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ 42 ପ୍ରତିଶତରୁ 46 ପ୍ରତିଶତକୁ ବୃଦ୍ଧି ପାଇବ। ଏଥି ସହିତ, ଜୁଲାଇ 1, 2023 ରୁ DA ବୃଦ୍ଧି ନିଷ୍ପତ୍ତି କାର୍ଯ୍ୟକାରୀ ହେବ ବୋଲି ବିବେଚନା କରାଯିବ । ଏହାର ଅର୍ଥ ହେଉଛି ନଭେମ୍ବରରେ ବର୍ଦ୍ଧିତ ଦରମା ସହିତ କେନ୍ଦ୍ରୀୟ କର୍ମଚାରୀମାନେ ଜୁଲାଇରୁ ଅକ୍ଟୋବର ପର୍ଯ୍ୟନ୍ତ ଚାରିମାସ ବକେୟା ଟଙ୍କା ପାଇବେ। ସୂଚନାଯୋଗ୍ୟ ଯେ ଗତ କିଛି ଦିନ ଧରି ଉତ୍ସବ ଋତୁରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ସମ୍ପର୍କରେ ଖବର ପ୍ରକାଶ ପାଇଥିଲା, ଯାହା ବୁଧବାର ଅନୁମୋଦିତ ହୋଇଥିଲା।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ, ପ୍ରଥମ ପ୍ରଶ୍ନ ଉଠୁଛି କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା କେତେ ବୃଦ୍ଧି ପାଇବ? ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ଯଦି ଜଣେ କେନ୍ଦ୍ରୀୟ କର୍ମଚାରୀଙ୍କ ମାସିକ ଦରମା 18 ହଜାର ଟଙ୍କା, ତେବେ ବର୍ତ୍ତମାନ ସେ 42 ପ୍ରତିଶତ ଡିଏ ହାରରେ ମହଙ୍ଗା ଭତ୍ତା ଭାବରେ 7560 ଟଙ୍କା ପାଇଛନ୍ତି। ଡିଏରେ 4 ପ୍ରତିଶତ ବୃଦ୍ଧି ପରେ, ଏହି ମହଙ୍ଗା ଭତ୍ତା 8280 ଟଙ୍କାକୁ ବୃଦ୍ଧି ପାଇବ ।
ଯେଉଁମାନେ ସର୍ବାଧିକ DA ପାଇଛନ୍ତି ସେମାନେ ଏହାର ଅଧିକ ଲାଭ ପାଇବେ । ସେହିଭଳି କେନ୍ଦ୍ରୀୟ କର୍ମଚାରୀ, ଯାହାଙ୍କର ମୌଳିକ ଦରମା ସର୍ବାଧିକ ଅର୍ଥାତ୍ 56,900 ଟଙ୍କା ବର୍ତ୍ତମାନ 42 ପ୍ରତିଶତ DA ହାରରେ ପ୍ରତି ମାସରେ 23,898 ଟଙ୍କା ଭତ୍ତା ପାଇଛନ୍ତି । ବୃଦ୍ଧି ପରେ 26,174 ଟଙ୍କା ପାଇବେ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications