ଉପରାଜ୍ୟପାଳଙ୍କ କ୍ଷମତା ବୃଦ୍ଧି କଲେ କେନ୍ଦ୍ର ସରକାର

ଜାମ୍ମୁ-କାଶ୍ମୀର: ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳଙ୍କ କ୍ଷମତା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଫଳରେ ଏଣିକି ଦିଲ୍ଲୀ ଭଳି ଜାମ୍ମୁ-କାଶ୍ମୀରକୁ ସାମ୍ବିଧାନିକ ଅଧିକାର ମିଳିବ । ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳଙ୍କୁ ଦିଲ୍ଲୀ ଉପରାଜ୍ୟପାଳଙ୍କ ଭଳି ପ୍ରଶାସନିକ କ୍ଷମତା ମିଳିବ । ଜାମ୍ମୁ-କାଶ୍ମୀରରେ ବି ଉପରାଜ୍ୟପାଳଙ୍କ ବିନା ଅନୁମତିରେ ସରକାର ଅଧିକାରୀ ଏବଂ କର୍ମଚାରୀମାନଙ୍କର ବଦଳି ଓ ନିଯୁକ୍ତି କରିପାରିବେ ନାହିଁ ।ଜମ୍ମୁ କଶ୍ମୀର ପୁନର୍ଗଠନ ଅଧିନିୟମ, ୨୦୧୯ର ଧାରା ୫୫ ଅନୁଯାୟୀ ସଂଶୋଧିତ ନିୟମାବଳୀକୁ ସୂଚିତ କରାଯାଇଛି, ଯେଉଁଥିରେ ଏଲଜିଙ୍କୁ ଅଧିକ କ୍ଷମତା ପ୍ରଦାନରେ ନୂତନ ବିଭାଗ ଅନ୍ତର୍ଭୂକ୍ତ କରାଯାଇଛି ।

ଅବଶ୍ୟ, ଏହି କ୍ଷମତା ୨୦୧୯ରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ସୂଚିତ କରାଯାଇଥିଲା, ଯାହାକି ନୂତନ ଭାବରେ ସୂଚିତ କରାଯାଇଛି । ଅଗଷ୍ଟ ୨୦୨୦ ଠାରୁ ଭାଜପା ନେତା ମନୋଜ ସିହ୍ନା ଜମ୍ମୁ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବରେ କାର୍ଯ୍ୟ କରୁଛନ୍ତି । ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସରକାରଙ୍କ ଏହି ପଦକ୍ଷେପକୁ ସମାଲୋଚନା କରିଛନ୍ତି ।

Jammu and Kashmir Lt Governor

ସେ କହିଛନ୍ତି ଯେ ଏଠାରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ ଜମ୍ମୁ କଶ୍ମୀରର ଲୋକମାନେ ରବର ଷ୍ଟାମ୍ପ ମୁଖ୍ୟମନ୍ତ୍ରୀ ଚାହାଁନ୍ତି ନାହିଁ, ଯିଏକି ତାଙ୍କ ପିଅନଙ୍କ ନିଯୁକ୍ତି ପାଇଁ ଏଲଜିରୁ ଅନୁମତି ନେବାକୁ ପଡିବ । ସୂଚନାଯୋଗ୍ୟ, ଜାମ୍ମୁ-କାଶ୍ମୀର ପୁନର୍ଗଠନ ହେବା ପରଠାରୁ ସେଠାରେ ବିଧାନସଭା ନିର୍ବାଚନ ହୋଇନାହିଁ । କିନ୍ତୁ ପରବର୍ତ୍ତୀ ସମୟରେ ଯେବେଠାରୁ ନିର୍ବାଚନ ହେବ ସେବେଠାରୁ ସରକାର ଗଠନ ହେବ । ମାତ୍ର ସରକାରଙ୍କ ତୁଳନାରେ ଉପରାଜ୍ୟପାଳଙ୍କ ନିକଟରେ ଅଧିକ କ୍ଷମତା ରହିବ । ଦିଲ୍ଲୀରେ ଉପରାଜ୍ୟପାଳଙ୍କ କ୍ଷମତା ଯେପରି ରହିଛି ସେଠାରେ ବି ସେମିତି କ୍ଷମତା ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+