ବ୍ୟାପୁଛି ମଙ୍କିପକ୍ସ, ଚିନ୍ତାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ
ଚିନ୍ତାରେ ସାରା ବିଶ୍ବ । ମହାମାରୀ କରୋନା ପରେ ଏବେ ଆତଙ୍କ ବଢାଇଛି ମଙ୍କି ପକ୍ସ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନରର ଚିନ୍ତା ବୃଦ୍ଧି ପାଇଛି ।
ନୂଆଦିଲ୍ଲୀ: ଚିନ୍ତାରେ ସାରା ବିଶ୍ବ । ମହାମାରୀ କରୋନା ପରେ ଏବେ ଆତଙ୍କ ବଢାଇଛି ମଙ୍କି ପକ୍ସ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନରର ଚିନ୍ତା ବୃଦ୍ଧି ପାଇଛି । ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆଇସିଏମାର ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରକୁ ତୀକ୍ଷ୍ମ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବିଦେଶରୁ ଆସୁଥିବା ସନ୍ଦିଗ୍ଧ ଯାତ୍ରୀଙ୍କର ନମୁନା ଯାଞ୍ଚ ସହ ବିମାନ ବନ୍ଦର ଉପରେ ନଜର ରଖାଯାଉଛି । ନମୁନା ପୁଣେର ଏନ୍ଆଇଭିକୁ ପଠାଇବାକୁ ଏନ୍ସିଡିସି ଓ ଆଇସିଏମ୍ଆରକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଯେଉଁ ବ୍ୟକ୍ତିଙ୍କ ଠାରେ ମଙ୍କି ପକ୍ସ ରୋଗର ଲକ୍ଷଣ ଦେଖାଯାଉଛି ସେମାନଙ୍କ ସାମ୍ପଲକୁ ପୁଣେର ଏନଆଇଭିକୁ ପଠାଯିବ ବୋଲି ସୂଚନା ମିଳିଛି ।
ବର୍ତ୍ତମାନ ସୁଦ୍ଧା ସ୍ପେନ, ବେଲଜିୟମ, ଇଟାଲୀ, ଅଷ୍ଟ୍ରେଲିଆ ଓ କାନାଡ଼ାରେ ଏହି ରୋଗ ଚିହ୍ନଟ ହୋଇଛି ।
ଲକ୍ଷଣ:
ଦେହ ଅସୁସ୍ଥ ଅନୁଭବ ହେବା, ଜ୍ୱର ହେବା, ଦେହସାରା ଫଳି ଯାଇ ଦାଗ ଚିହ୍ନଟ ହେବା, ମୁହଁରେ ଫଳିବା ଆଦି ଏହି ରୋଗର ଲକ୍ଷଣ । ଏହି ଆକ୍ରାନ୍ତଙ୍କ ଠାରୁ ନିଜକୁ ଦୂରେଇ ରଖନ୍ତୁ । ଅଧିକାଂଶ ସଂକ୍ରମଣ 2 ରୁ 4 ସପ୍ତାହ ପର୍ଯ୍ୟନ୍ତ ରହିଥାଏ । ସଂକ୍ରମଣ ଆକ୍ରାନ୍ତଙ୍କ ଠାରୁ ଅନ୍ୟ ଜଣକୁ ସହଜରେ ବ୍ୟାପିଥାଏ ।












Click it and Unblock the Notifications