For Quick Alerts
Turn On Notification  
For Daily Alerts
Oneindia App Download

ଭାରତର ବାୟୋଟେକ୍ ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲେ ସରକାର ; ପିଲାମାନଙ୍କ ଉପରେ ହେବନାହିଁ କୋଭାକ୍ସିନ୍ କ୍ଲିନିକାଲ୍ ପରୀକ୍ଷା

ନିକଟରେ ଭାରତ ବାୟୋଟେକ୍ ପିଲାମାନଙ୍କ ଉପରେ ଏହାର ଟୀକାକରଣର କ୍ଲିନିକାଲ୍ ପରୀକ୍ଷା ଆରମ୍ଭ କରିବାକୁ ଅନୁମତି ମାଗିଥିଲା, ଯାହାକୁ ଭାରତ ସରକାର ପ୍ରତ୍ୟାଖ୍ୟାନ କରିଥିଲେ ।

|

ନୂଆଦିଲ୍ଲୀ : ଭାରତ ବାୟୋଟେକର ସ୍ୱଦେଶୀ ଟୀକାକୁ ପିଲାମାନଙ୍କର ଉପରେ କ୍ଲିନିକାଲ ପରୀକ୍ଷା କରିବା ନେଇ ଜାତୀୟ ଡ୍ରଗ୍ କଣ୍ଟ୍ରୋଲର୍ ପ୍ରତ୍ୟାଖ୍ୟାନ କରିଛନ୍ତି । ନିକଟରେ ଭାରତ ବାୟୋଟେକ୍ ପିଲାମାନଙ୍କ ଉପରେ ଏହାର ଟୀକାକରଣର କ୍ଲିନିକାଲ୍ ପରୀକ୍ଷା ଆରମ୍ଭ କରିବାକୁ ଅନୁମତି ମାଗିଥିଲା, ଯାହାକୁ ଭାରତ ସରକାର ପ୍ରତ୍ୟାଖ୍ୟାନ କରିଥିଲେ । ଔଷଧ ନିୟନ୍ତ୍ରକ ବିଭାଗ ଭାରତ ବାୟୋଟେକକୁ କୋଭିଡ -19 ଟିକା ଉପରେ ଏହାର ପ୍ରଭାବଶାଳୀ ରିପୋର୍ଟ ଦାଖଲ କରିବାକୁ କହିଛି ।

Covaxin

ଉଲ୍ଲେଖନୀୟ କଥା ହେଉଛି, ଦେଶରେ ଦୁଇଟି ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ଅନୁମୋଦନ ପରେ ଏକ ବଡ଼ ଧରଣର ଟୀକାକରଣ ଅଭିଯାନ ଚାଲିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏକ କୋଟିରୁ ଅଧିକ ଲୋକଙ୍କୁ ଟିୀକାକରଣ କରାଯାଇଛି । ଏହି ସମୟରେ, ଭାରତ ବାୟୋଟେକ ବର୍ତ୍ତମାନ 18 ବର୍ଷରୁ କମ୍ ବୟସର ପିଲାଙ୍କ ଉପରେ କ୍ଲିନିକାଲ୍ ପରୀକ୍ଷଁ କରିବା ନେଇ ସରକାରଙ୍କ ଅମୁମତି ମାଗିଛି । ତେବେ ଭାରତ ସରକାର ବର୍ତ୍ତମାନ ଏହି ଅନୁରୋଧ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି ।

ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ଇଣ୍ଟରନ୍ୟାସନାଲ ଡ୍ରଗ୍ କଣ୍ଟ୍ରୋଲର୍ସ ବିଭାଗ ନିକଟରେ ବୁଧବାର ଦିନ ଏକ ଆବେଦନ ଦାଖଲ କରିଯାଇଥିଲା । ଯେଉଁଥିରେ 5-18 ବର୍ଷ ବୟସର ପିଲାମାନଙ୍କ ଉପରେକୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ଆରମ୍ଭ କରିବାକୁ ଅନୁମତି ମାଗିଛି । ଭରତ ବାୟୋଟେକର ଏହି ଆବେଦନ ପଢିବା ପରେ କେନ୍ଦ୍ରୀୟ ଡ୍ରଗ୍ କଣ୍ଟ୍ରୋଲର ବିଶେଷଜ୍ଞ କମିଟି କମ୍ପାନୀକୁ ବୟସ୍କମାନଙ୍କୁ ଦିଆଯାଉଥିବା ଟୀକାକରଣର ତଥ୍ୟ ଏବଂ ପ୍ରଭାବର ରିପୋର୍ଟ ଦାଖଲ କରିବାକୁ କହିଥିଲେ । ଡ୍ରଗ୍ କଣ୍ଟ୍ରୋଲର ବିଭାଗ ପିଲାମାନଙ୍କ ଉପରେ କୋଭାକ୍ସିନର ପରୀକ୍ଷା ଆରମ୍ଭ କରିବାକୁ ଅନୁମତି ଦେବା ପୂର୍ବରୁ ବୟସ୍କଙ୍କ ଉପରେ କେତେ ପ୍ରଭାବଶାଳୀ ତାହା ଦେଖିବାକୁ ଚାହାଁନ୍ତି । ସୂଚନାଯୋଗ୍ୟ, ବର୍ତ୍ତମାନ ଦେଶରେ ସ୍ୱାସ୍ଥ୍ୟ କର୍ମୀ ଏବଂ ଫ୍ରଣ୍ଟ ଲାଇନ କର୍ମଚାରୀଙ୍କୁ କୋଭାକ୍ସିନ ଟିକା ଦିଆଯାଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Central Govt turn Down the request of Bharat Biotech on Clinical Trial of Covaxin on below 18 age children.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X