ଅତିକ-ଅଶରଫ ହତ୍ୟା ପରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ସାମ୍ବାଦିକଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ହେବ SOP
ଉତ୍ତର ପ୍ରଦେଶର: ଶନିବାର ରାତିରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ମାଫିଆ ଅତିକ ଅହମ୍ମଦ ଏବଂ ତା ଭାଇ ଆଶରଫର ହତ୍ୟା ପରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଗୃହ ମନ୍ତ୍ରଣାଳୟ ସାମ୍ବାଦିକମାନଙ୍କ ପାଇଁ SOP ପ୍ରସ୍ତୁତ କରିବା ପାଇଁ ସୂଚନା ରହିଛି । ସାମ୍ବାଦିକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଉଛି ।
ପ୍ରକୃତରେ, ପୋଲିସର ପଚରାଉଚରା ପରେ ଅତିକ୍ ଏବଂ ତା ଭାଇ ଅଶରଫର ଡାକ୍ତରୀମାଇନା ପାଇଁ ପୋଲିସ ସୁରକ୍ଷା ମଧ୍ୟରେ ଡାକ୍ତରଖାନା ନେଇଯାଇଥିବା ବେଳେ ଏକା ସହିତ ତିନି ଜଣ ଯୁବକ ସାମ୍ବାଦିକ ବେଶରେ ଆସି ଗୁଳି କରି ଉଭୟଙ୍କୁ ହତ୍ୟା କରିଥିଲେ, ଏହା ପରେ ଗୃହ ମନ୍ତ୍ରଣାଳୟ ବର୍ତ୍ତମାନ ନିଷ୍ପତ୍ତି ନେଇଛି ଯେ ସାମ୍ବାଦିକଙ୍କ ପାଇଁ ଏକ SOP ପ୍ରସ୍ତୁତ କରାଯିବ ।

The Ministry of Home Affairs will prepare SOPs for the safety and security of journalists. The step is being taken after three assailants posing as journalists killed gangster turned politician Atiq Ahmed and his brother Ashraf in UP's Prayagraj last night while they were… pic.twitter.com/PPBbWbvfCR
— ANI (@ANI) April 16, 2023
ନ୍ୟୁଜ୍ ଏଜେନ୍ସି ANIର ରିପୋର୍ଟ ଅନୁସାରେ, ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଗୃହ ମନ୍ତ୍ରଣାଳୟ SOP ପ୍ରସ୍ତୁତ କରିପାରେ । ସୂତ୍ରରୁ ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ଗୃହ ମନ୍ତ୍ରଣାଳୟ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିସର୍ ବା ଏସଓପି ପ୍ରସ୍ତୁତ କରିପାରେ ।












Click it and Unblock the Notifications