କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢ଼ିବ ଡିଏ!
ପୁଣି ବଢିବ କେନ୍ଦ୍ର କର୍ମଚାରୀଙ୍କ ଦରମା l ପ୍ରତିବର୍ଷ ମହଙ୍ଗା ଭତ୍ତା ବଢ଼ିବା ଦ୍ୱାରା ଦରମା ବଢିଥାଏ କର୍ମଚାରୀଙ୍କର l ଯାହା ମହଙ୍ଗା ଭତ୍ତା ବର୍ଷ କୁ ଦୁଇ ଥର ବଢିବା ଦ୍ୱାରା ହୋଇଥାଏ l କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କର ଜୁଲାଇ ୨୦୨୩ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରାଯିବ। କେନ୍ଦ୍ର ସରକାର ପ୍ରତ୍ୟେକ ଥର ଦଶହରା ଏବଂ ଦୀପାବଳି ଉତ୍ସବ ସିଜିନରେ ଜୁଲାଇ DA ଘୋଷଣା କରନ୍ତି। ଅର୍ଥାତ୍ ଅକ୍ଟୋବରରେ ଡିଏ ଘୋଷଣା ଆସିବ। କିନ୍ତୁ ଏଥର ଏହା ପୂର୍ବରୁ DA ବୃଦ୍ଧି ହେବାର ସମ୍ଭାବନା ଅଛି।
ମହଙ୍ଗା ଭତ୍ତା ବୃଦ୍ଧି ପାଇଁ କେନ୍ଦ୍ରର ଲକ୍ଷ ଲକ୍ଷ କର୍ମଚାରୀ ଅପେକ୍ଷା କରି ରହିଥିବା ବେଳେ ଏ ନେଇ ଖୁବଶୀଘ୍ର ବଡ ଘୋଷଣା କରିବେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର । ଲକ୍ଷ ଲକ୍ଷ କର୍ମଚାରୀଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସରକାର କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଆସନ୍ତା ମାସରେ ଅର୍ଥାତ୍ ସେପ୍ଟେମ୍ବରରେ ଏକ ବଡ ଉପହାର ଦେଇପାରନ୍ତି ।

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ DA ବୃଦ୍ଧି ପାଇଁ ଅପେକ୍ଷାର କେବେ ହେବ ଅନ୍ତ ? ବାସ୍ତବରେ, କେନ୍ଦ୍ର ସରକାର ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫକୁ ସଂଶୋଧନ କରନ୍ତି । ପ୍ରଥମ ସଂଶୋଧନ ଜାନୁଆରୀ ୧ରୁ ଏବଂ ଦ୍ୱିତୀୟଟି ଜୁଲାଇ ୧ରୁ ଲାଗୁ ହୋଇଥାଏ । ପୂର୍ବରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଏବେ କର୍ମଚାରୀ ୫୦ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି । ତେବେ ଏଥର ମୋଦି ସରକାର କେତେ ପ୍ରତିଶତ ମହଙ୍ଗା ଭତ୍ତା ବଢାଇବେ ତାହା ଉପରେ ରହିଛି ସମସ୍ତଙ୍କ ନଜର












Click it and Unblock the Notifications