ବିହାରକୁ କେନ୍ଦ୍ର ସରକାରଙ୍କ ବଡ ଉପହାର , ଜାଣନ୍ତୁ କଣ ଘୋଷଣା କଲେ କେନ୍ଦ୍ର ସରକାର?
ନୂଆଦିଲ୍ଲୀ: କ୍ୟାବିନେଟ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଯେ କୃଷକଙ୍କ ଆର୍ôଥକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନଡ଼ିଆର ଏମଏସପି ୫୦ ପ୍ରତିଶତ ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ୨୦୧୪ ତୁଳନାରେ ଏହା ଦ୍ୱିଗୁଣିତ ହୋଇଛି । ସଡକ ପରିବହନ ମନ୍ତ୍ରଣାଳୟ ଦୁଇଟି ନିଷ୍ପତ୍ତି ନେଇଛି ।
ତ୍ରିପୁରାର ଖୋୱାଇ ଠାରୁ ହିରନା ପର୍ଯ୍ୟନ୍ତ ରାସ୍ତା ଅନୁମୋଦନ କରାଯାଇଛି । କୁହାଯାଉଛି ଯେ ଏହା ୨୦୦୦ କୋଟିରୁ ଅଧିକ ମୂଲ୍ୟର ଏକ ପ୍ରକଳ୍ପ । ଏହି ରାସ୍ତା ସମାପ୍ତ ହେଲେ ଆସାମ ଏବଂ ତ୍ରିପୁରା ମଧ୍ୟରେ ଯାତାୟାତ କରିବାର ସମୟ ବହୁତ ହ୍ରାସ ପାଇବ । ଉତ୍ତର ଏବଂ ଦକ୍ଷିଣ ତ୍ରିପୁରା ମଧ୍ୟରେ ଦୂରତା ମଧ୍ୟ ହ୍ରାସ ପାଇବ । ଏହାର ନିର୍ମାଣ କାର୍ଯ୍ୟ ସବୁଜ କ୍ଷେତ୍ର ପ୍ରକଳ୍ପ ପରି କରାଯାଉଛି । ଦ୍ୱିତୀୟରେ, ବିହାରର ଦିଗା ଠାରୁ ସୋନପୁର ପର୍ଯ୍ୟନ୍ତ ଗଙ୍ଗା ନଦୀ ଉପରେ ୬ ଲେନ ବିଶିଷ୍ଟ ସେତୁ ନିର୍ମାଣ ହେବ, ଯାହାର ମୂଲ୍ୟ ୩ ହଜାର କୋଟିରୁ ଅଧିକ ହେବ । ଆଉ ଏହି ସେତୁ ହେବା ପରେ ବଡ଼ ଜାହାଜ ଗୁଡ଼ିକ ସେତୁ ତଳେ ମଧ୍ୟ ଯାଇ ପାରିବ ।

ବିହାରର ସୋନପୁର ଗଙ୍ଗା ନଦୀରେ ଥିବା ୬ ଲେନ ବିଶିଷ୍ଟ ସେତୁର ଲମ୍ବ ୪.୫ କିଲୋମିଟର ହେବ । ଏହି ସେତୁ ଉତ୍ତର ଏବଂ ଦକ୍ଷିଣ ବିହାରକୁ ସଂଯୋଗ କରିବ । ଏହା ବ୍ୟତୀତ ଏହା ବୁଦ୍ଧ ସର୍କିଟ ଏବଂ ବେଟିୟା ମୋତିହାରୀକୁ ମଧ୍ୟ ସଂଯୋଗ କରିବ । ଏହି ସମଗ୍ର ପ୍ରକଳ୍ପ ପାଇଁ ୩୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।












Click it and Unblock the Notifications