ଆୟକର ବିଲ୍-୨୦୨୫ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର
ଆୟକର ବିଲ୍-୨୦୨୫ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର । ଖୁବ୍ ଶୀଘ୍ର ନୂଆ ଆୟକର ବିଲ୍ ଆଗତ କରିବେ ସରକାର ।

କେନ୍ଦ୍ର ସରକାର ୧୩ ଫେବୃଆରୀ ୨୦୨୫ରେ ଲୋକସଭାରେ ଏହି ନୂତନ ବିଲ ଆଗତ କରିଥିଲେ ଏବଂ ସେହି ଦିନ ଯାଞ୍ଚ ପାଇଁ ସିଲେକ୍ଟ କମିଟିକୁ ପଠାଇଥିଲେ। କମିଟି ୨୨ ଜୁଲାଇ ୨୦୨୫ ରେ ସଂସଦରେ ତାଙ୍କର ରିପୋର୍ଟ ଦାଖଲ କରିଥିଲା। ନୂତନ ଆୟକର ବିଲର ଅପଡେଟ ସଂସ୍କରଣ କେନ୍ଦ୍ର ସରକାରଙ୍କ କ୍ୟାବିନେଟରେ ଅନୁମୋଦନ ପାଇଛି। ବର୍ତ୍ତମାନ ଏହି ବିଲ ସୋମବାର (୧୧ ଅଗଷ୍ଟ ୨୦୨୫) ରେ ଲୋକସଭାରେ ଆଗତ କରାଯିବ।
ଏହି ବିଲ ୬ ଦଶନ୍ଧି ପୁରୁଣା ଆୟକର ଆଇନ ୧୯୬୧କୁ ବଦଳାଇବ। ଭାଜପା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ସିଲେକ୍ଟ କମିଟି ଏହାକୁ ସମୀକ୍ଷା କରିବା ପରେ ଅନେକ ସଂଶୋଧନ କରିଛି। ନୂତନ ଆୟକର ବିଲ ବିଷୟରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ସ୍ଲାବ ବିଷୟରେ।
ଆୟକର ବିଭାଗ ସ୍ପଷ୍ଟ କରିଥିଲା ଯେ ନୂତନ ବିଲରେ ଟିକସ ସ୍ଲାବ ପରିବର୍ତ୍ତନ କରିବାର କୌଣସି ପ୍ରସ୍ତାବ ନାହିଁ। ଆୟକର ବିଭାଗ ଅନୁଯାୟୀ, ନୂତନ ବିଲର ଉଦ୍ଦେଶ୍ୟ ହେଉଛି ଭାଷାକୁ ସରଳ କରିବା ଏବଂ ଅନାବଶ୍ୟକ ବ୍ୟବସ୍ଥାକୁ ହଟାଇବା।












Click it and Unblock the Notifications