OTT ପ୍ଲାଟଫର୍ମରେ ଲାଗିବ ଲଗାମ, ଖୁବଶୀଘ୍ର ଜାରି ହେବ ଗାଇଡଲାଇନ
ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଭିଡିଓ , ହଟଷ୍ଟାର ଏବଂ ଅନ୍ୟାନ୍ୟ OTT ପ୍ଲାଟଫର୍ମଗୁଡିକ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଅଧୀନରେ ଅଣାଯିବା ପରେ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ସେମାନଙ୍କ କାର୍ଯ୍ୟ ବ୍ୟବସ୍ଥା ଉପରେ ନିୟମ ଘୋଷଣା କରିବେ।
ନୂଆଦିଲ୍ଲୀ: ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଭିଡିଓ , ହଟଷ୍ଟାର ଏବଂ ଅନ୍ୟାନ୍ୟ OTT ପ୍ଲାଟଫର୍ମଗୁଡିକ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଅଧୀନରେ ଅଣାଯିବା ପରେ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ସେମାନଙ୍କ କାର୍ଯ୍ୟ ବ୍ୟବସ୍ଥା ଉପରେ ନିୟମ ଘୋଷଣା କରିବେ। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହା ସୂଚନା ଦେଇଛନ୍ତି। ଜାଭଡେକର ଏହା ମଧ୍ୟ କହିଛନ୍ତି ଯେ, OTT ପ୍ଲାଟଫର୍ମରେ କିଛି ଧାରାବାହିକ ଏବଂ ଚଳଚ୍ଚିତ୍ର ବିଷୟରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ ବହୁ ଅଭିଯୋଗ ଆସିଛି।

ଜାଭଡେକର କହିଛନ୍ତି ଯେ, OTT ପ୍ଲାଟଫର୍ମରେ କିଛି ସିରିଜ୍ ବିଷୟରେ ଆମକୁ ବହୁତ ଅଭିଯୋଗ ଆସିଛି । OTT ପ୍ଲାଟଫର୍ମରେ ପ୍ରଦର୍ଶିତ ହେଉଥିବା ଚଳଚ୍ଚିତ୍ର ଏବଂ ୱେବ୍ ସିରିଜ୍ ଏବଂ ଡିଜିଟାଲ୍ ଖବରକାଗଜ ପ୍ରେସ୍ କାଉନସିଲ୍ ଆକ୍ଟ, କେବୁଲ ଟେଲିଭିଜନ ନେଟୱାର୍କ ଆକ୍ଟ କିମ୍ବା ସେନ୍ସର ବୋର୍ଡ ଅଧୀନରେ ନାହିଁ । ସେମାନଙ୍କ କାର୍ଯ୍ୟ ସମ୍ବନ୍ଧୀୟ ନିୟମ ଶୀଘ୍ର ଘୋଷଣା କରାଯିବ ବୋଲି ଜାଭଡେକର ସୂଚନା ଦେଇଛନ୍ତି।
ଗଣମାଧ୍ୟମ କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ନାହିଁ, କିନ୍ତୁ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ସ୍ୱୟଂଶାସିତ ସଂସ୍ଥା ଗଠନ କରାଯାଇଛି। ଅନଲାଇନ୍ ମିଡିଆ ଉପରେ ସ୍ୱୟଂଶାସିତ ସଂସ୍ଥାଗୁଡ଼ିକର ମଧ୍ୟ ନିୟନ୍ତ୍ରଣ ରହିପାରେ, କାରଣ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପ୍ରଥମେ କହିଛି ଯେ କେନ୍ଦ୍ର ସରକାର ନିୟମରେ ହସ୍ତକ୍ଷେପ କରିବେ ନାହିଁ।
OTT पर चलने वाले कुछ सीरियल के बारे में बहुत शिकायतें आई हैं उसका संज्ञान लिया गया है। OTT की फिल्म, कार्यक्रम, डिजिटल अख़बार पर प्रेस काउंसिल, केबल टेलीविजन, सेंसर बोर्ड का कानून लागू नहीं होता था। इनके संचालन के लिए जल्द ही सुचारू व्यवस्था की घोषणा की जाएगी: प्रकाश जावड़ेकर pic.twitter.com/0I6drKFoyd
— ANI_HindiNews (@AHindinews) January 31, 2021
ପ୍ରକାଶଥାଉକି, ଗତ ବର୍ଷ ବିଜ୍ଞପ୍ତି ଜାରି କରି କେନ୍ଦ୍ର ସରକାର OTT ପ୍ଲାଟଫର୍ମର ସିଧାସଳଖ ନିୟନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଇଥିଲେ। OTT ପ୍ଲାଟଫର୍ମରେ ସେନ୍ସରସିପ୍ ପ୍ରୟୋଗ ହେଉ ନାହିଁ । ଅନେକ ଚଳଚ୍ଚିତ୍ର ନିର୍ମାତା OTT ପ୍ଲାଟଫର୍ମରେ ଚଳଚ୍ଚିତ୍ର ପ୍ରସାରଣ କରୁଛନ୍ତି । କିନ୍ତୁ ବର୍ତ୍ତମାନ ଏହି ଗଣମାଧ୍ୟମ ପାଇଁ ମଧ୍ୟ ସେନ୍ସର ହେବ ଏବଂ ଯେକୈଣସି ଅଡିଓ-ଭିଜୁଆଲ୍ ପ୍ରୋଗ୍ରାମକୁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଅନୁମତି ନେବାକୁ ପଡିବ । ଡିଜିଟାଲ ଗଣମାଧ୍ୟମର ନିୟନ୍ତ୍ରଣର ଆବଶ୍ୟକତା ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଉଠାଇଥିଲେ।












Click it and Unblock the Notifications