ଯୁଦ୍ଧରେ ଫସିଥିବା ୭ ଶହ ଭାରତୀୟଙ୍କୁ ଉଦ୍ଧାର କଲେ କେନ୍ଦ୍ର ସରକାର
ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ୟୁଏଇର ବିଭିନ୍ନ ବିମାନବନ୍ଦରରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସରକାର ଉଦ୍ଧାର କରିଛନ୍ତି। ଗତ ତିନିଦିନ ମଧ୍ୟରେ ଆବୁଧାବି, ଦୁବାଇ, ସାରଜା ଭଳି ବିମାନବନ୍ଦରରୁ ୭୦୦୦ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଗଲାଣି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଭାରତୀୟଙ୍କୁ ଏଠାରୁ ଉଦ୍ଧାର କରାଯିବ ବୋଲି ୟୁଏଇସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ କହିଛନ୍ତି। ସ୍ବଦେଶ ଫେରିବାକୁ ଚାହଁୁଥିବା ଭାରତୀୟ ନାଗରିକମାନେ ବିମାନ କମ୍ପାନୀ କିମ୍ବା ସେମାନଙ୍କ ଏଜେଣ୍ଟଙ୍କ ଦ୍ବାରା ବିମାନ ବୁକିଂ କରିପାରିବେ। ବିମାନ କମ୍ପାନୀଗୁଡିକ ଧୀରେ ଧୀରେ ବିମାନ ଚଳାଚଳକୁ ସ୍ବାଭାବିକ କରିବାରେ ଲାଗିଛନ୍ତି। ଏଥିପାଇଁ ବାୟୁସୀମା ସୁରକ୍ଷା ଓ ଅପରେସନାଲ କ୍ଲିୟରାନ୍ସକୁ ଗୁରୁତ୍ବ ଦିଆଯାଉଛି।













Click it and Unblock the Notifications