ଏୟାର୍ ପ୍ୟୁରିଫାୟର୍ରେ GST କମାଇବାକୁ ମନାକଲେ କେନ୍ଦ୍ର ସରକାର
ଦିଲ୍ଲୀ ବାୟୁ ପ୍ରଦୂଷଣରେ ଲୋକେ ହନ୍ତସନ୍ତ ହେଉଛନ୍ତି। ସରକାରଙ୍କ ଅନେକ ପଦକ୍ଷେପ ସତ୍ତ୍ୱେ ଏଥିରେ ସୁଧାର ଆସୁ ନାହିଁ। ଫଳରେ ଲୋକେ କେବଳ ଅତ୍ୟାଧୁନିକ ଏୟାର ପ୍ୟୁରିଫାୟାର ଭରସାରେ ରହୁଛନ୍ତି। ଏହାରି ମଧ୍ୟରେ ଦିଲ୍ଲୀ ହାଇକୋର୍ଟରେ ଏୟାର୍ ପ୍ୟୁରିଫାୟର୍ ଉପରେ GST ହ୍ରାସ କରିବା ଏବଂ ଏହାକୁ 'ମେଡିକାଲ୍ ଡିଭାଇସ୍' ବର୍ଗରେ ରଖିବା ପାଇଁ ହୋଇଥିବା ଏକ ଜନସ୍ୱାର୍ଥ ମାମଲା (PIL)କୁ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟରେ ବିରୋଧ କରିଛନ୍ତି।

କେନ୍ଦ୍ର ତରଫରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ୍ (ASG) ଏନ୍. ଭେଙ୍କଟରମଣ କୋର୍ଟରେ କହିଛନ୍ତି ଯେ 'ମେଡିକାଲ୍ ଡିଭାଇସ୍'ର ବର୍ଗୀକରଣ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ବିସ୍ତୃତ ଯାଞ୍ଚ ପରେ କରାଯାଇଥାଏ, GST ପରିଷଦ ଦ୍ୱାରା ନୁହେଁ। ତେଣୁ ଏହି ନିଷ୍ପତ୍ତି GST ପରିଷଦ ନେଇପାରିବ ନାହିଁ।
ASG ଆହୁରି ମଧ୍ୟ କହିଛନ୍ତି ଯେ GST ହ୍ରାସ ପାଇଁ ଏକ ସାମ୍ବିଧାନିକ ପ୍ରକ୍ରିୟା ରହିଛି ଏବଂ ଏହି ପ୍ରକ୍ରିୟାକୁ ବନ୍ଦ କରାଯାଇ ପାରିବ ନାହିଁ। GST ପରିଷଦ ଏକ ସାମ୍ବିଧାନିକ ସଂସ୍ଥା ଏବଂ ସମସ୍ତ ରାଜ୍ୟ ଏହି ନିଷ୍ପତ୍ତି ପ୍ରକ୍ରିୟାରେ ଜଡ଼ିତ। ତେବେ କେନ୍ଦ୍ର ସରକାର ଏହି ଆବେଦନ ଉପରେ ବିସ୍ତୃତ ଜବାବ ଦାଖଲ କରିବାକୁ ସମୟ ମାଗିଛନ୍ତି।
ଡିସେମ୍ବର ୨୪ ତାରିଖରେ ମାମଲାର ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍ ବିକାଶ ମହାଜନ ଏବଂ ଜଷ୍ଟିସ୍ ବିନୋଦ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ବାୟୁ ପ୍ରଦୂଷଣ ସଙ୍କଟକୁ ଦୃଷ୍ଟିରେ ରଖି ଏୟାର୍ ପ୍ୟୁରିଫାୟର୍ ଉପରେ GST କମ୍ କରିବା ବିଷୟରେ ଜରୁରୀକାଳୀନ ବୈଠକ କରି ନିଷ୍ପତ୍ତି ନେବାକୁ GST ପରିଷଦକୁ କହିଥିଲେ।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼






Click it and Unblock the Notifications