ଅଶ୍ଲୀଳ କଣ୍ଟେଣ୍ଟ ପାଇଁ 'X'କୁ କେନ୍ଦ୍ର ସରକାରଙ୍କ ନୋଟିସ୍

କେନ୍ଦ୍ର ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ନୋଟିସ୍ ଜାରି କରିଛନ୍ତି । Grok AIରୁ ଅଶ୍ଳୀଳ କଣ୍ଟେଣ୍ଟ ହଟାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏକ୍ସକୁ ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ଜେନେରେଟିଭ୍ AI ଚାଟବଟ୍ Grokର ଅପବ୍ୟବହାର ବୃଦ୍ଧି ପାଇଛି । ବ୍ୟବହାରକାରୀମାନେ ଏହାକୁ ଅଶ୍ଳୀଳ ବିଷୟବସ୍ତୁ ସୃଷ୍ଟି କରିବା ପାଇଁ ବ୍ୟବହାର କରୁଛନ୍ତି। ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଛି । ଭାରତର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (IT ମନ୍ତ୍ରଣାଳୟ) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ Xକୁ ତୁରନ୍ତ ଏହାର ଗ୍ରୋକ୍ ଏଆଇର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛି ।

X

ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ, ଏହି ମାମଲାରେ ଯାହା ବି କାର୍ଯ୍ୟାନୁଷ୍ଠାନ କିମ୍ବା ସମୀକ୍ଷା କରାଯିବ ତାହାର ରିପୋର୍ଟ ୭୨ ଘଣ୍ଟା ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଦିଆଯିବା ଦରକାର । ୟୁଜର୍ସଙ୍କ ନିର୍ଦ୍ଦେଶ କ୍ରମେ ଗ୍ରୋକ ଏଆଇ ମହିଳାଙ୍କ ଫଟୋକୁ ଅଶ୍ଳୀଳ ଭାବରେ ପ୍ରଦର୍ଶିତ କରେ । ଏପରିକି ବିନା ଅନୁମତିରେ ମଧ୍ୟ ଗ୍ରୋକ୍ ମହିଳାଙ୍କ ଫଟୋକୁ ବିକୃତ କରୁଛି ବୋଲି ଅଭିଯୋଗ ହୋଇଛି । ଏହା ଭାରତରେ ଥିବା ନିୟମ ବିରୋଧୀ । ତେଣୁ ଭାରତ ସରକାର ଏବେ ଏକ୍ସକୁ ନୋଟିସ କରିଛନ୍ତି । ଯଦି ଏକ୍ସ ଏନେଇ କୌଣସି ପଦକ୍ଷେପ ଗ୍ରହଣ ନକରେ, ତେବେ କମ୍ପାନିକୁ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିପାରେ ।

ଏଆଇ ଆସିବା ପରେ ଏହାକୁ ଅଶ୍ଳୀଳ କଣ୍ଟେଣ୍ଟ ତିଆରି ଲାଗି ଅନେକ ବ୍ୟବହାର କରୁଛନ୍ତି । ମହିଳାଙ୍କ ଫଟୋକୁ ବିକୃତ କରିବାକୁ ମଧ୍ୟ ଏଆଇର ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି । ଏକ୍ସର ଗ୍ରୋକ୍ ଏଆଇ ମଧ୍ୟ ଭୁଲ ଉପାୟରେ ବ୍ୟବହାର ହେଉଛି । କିଛି ଦିନ ପୂର୍ବରୁ କେନ୍ଦ୍ର ସରକାର ଏକ୍ସକୁ ତାଗିଦ କରିଥିଲେ । ପ୍ଲାଟଫର୍ମରୁ ଅଶ୍ଳୀଳ ଏବଂ ଅବୈଧ କଣ୍ଟେଣ୍ଟ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+