୪ଟି ନୂତନ ଶ୍ରମ ସଂହିତା ପାଇଁ ଡ୍ରାପ୍ଟ ନିୟମାବଳୀ ଅଧିସୂଚନା ଜାରି କଲେ କେନ୍ଦ୍ର ସକରାର
କେନ୍ଦ୍ର ସରକାର ୪ଟି ନୂତନ ଶ୍ରମ ସଂହିତା ପାଇଁ ଡ୍ରାପ୍ଟ ନିୟମାବଳୀ ଅଧିସୂଚନା ଜାରି କରିଛନ୍ତି। ଏହି ୪ଟି ଶ୍ରମ ସଂହିତା ହେଉଛି ମଜୁରୀ ସଂହିତା-୨୦୧୯, ଶିଳ୍ପ ସମ୍ପର୍କ ସଂହିତା-୨୦୨୦, ସାମାଜିକ ସୁରକ୍ଷା ସଂହିତା-୨୦୨୦ ଏବଂ ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟ ପରିସ୍ଥିତି ସଂହିତା-୨୦୨୦। ଏହି ନିୟମଗୁଡ଼ିକ ଜରିଆରେ ଶ୍ରମିକ, ମଜୁରୀ, ନିଯୁକ୍ତିର ପ୍ରକାର, ଗ୍ରାଚ୍ୟୁଇଟି, ବୋନସ୍ ପ୍ରଦାନ ଭଳି ବ୍ୟବସ୍ଥା ରହିଛି। କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ' ଆସନ୍ତା ୪୫ ଦିନ ମଧ୍ୟରେ ଡ୍ରାପ୍ଟ ନିୟମାବଳୀ ସମ୍ପର୍କରେ ଆପତ୍ତି ଏବଂ ପରାମର୍ଶ ଦାଖଲ ପାଇଁ ସୂଚନା ଦେଇଛି।

ଦେଶରେ ଥିବା ପୁରୁଣା ଶ୍ରମ ଆଇନକୁ ସରଳ ଏବଂ ସୁଗମ କରିବା ପାଇଁ ଶ୍ରମ ମନ୍ତ୍ରଣାଳୟ ଗତ ବର୍ଷ ନଭେମ୍ବର ୨୧ରେ ୪ଟି ନୂତନ ଶ୍ରମ ସଂହିତା କାର୍ଯ୍ୟକାରୀ କରିବାକୁ ଘୋଷଣା କରିଥିଲା। ମନ୍ତ୍ରଣାଳୟ ଅନୁଯାୟୀ, ନୂତନ ଶ୍ରମ ସଂହିତା ଦେଶର ଶ୍ରମିକମାନଙ୍କ ପାଇଁ ଉତ୍ତମ
ମଜୁରୀ, ସୁରକ୍ଷା, ସାମାଜିକ ସୁରକ୍ଷା ଏବଂ କଲ୍ୟାଣ ସୁନିଶ୍ଚିତ କରିବ। ଏହି ସଂହିତା ଅନୁଯାୟୀ ଶ୍ରମିକମାନେ ସର୍ବନିମ୍ନ ମଜୁରୀ ସହ ପ୍ରତ୍ୟେକ ନିୟୋଜନ ପାଇଁ ନିଯୁକ୍ତିପତ୍ର ପାଇବେ ଏବଂ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଦରମା ରହିବ। ଏହି ନୂଆ ଆଇନ ଫଳରେ ୪୦ କୋଟିରୁ ଅଧିକ ଶ୍ରମିକ ଗ୍ରାଚ୍ୟୁଇଟିର ଲାଭ ପାଇପାରିବେ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ












Click it and Unblock the Notifications