ପଦ୍ମ ପୁରସ୍କାର ୨୦୨୭ ପାଇଁ ମନୋନୟନପତ୍ର ଏବଂ ସୁପାରିଶ ଆହ୍ବାନ କଲେ କେନ୍ଦ୍ର ସରକାର
କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମ ପୁରସ୍କାର ୨୦୨୭ ପାଇଁ ମନୋନୟନପତ୍ର ଏବଂ ସୁପାରିଶ ଆହ୍ବାନ କରାଯାଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଆସନ୍ତା ବର୍ଷ ଗଣତନ୍ତ୍ର ଦିବସ ଅବସରରେ ପଦ୍ମପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବ । ପଦ୍ମ ପୁରସ୍କାର ଲାଗି ମନୋନୟନପତ୍ର ଆହ୍ଵାନର ଶେଷ ତାରିଖ ଜୁଲାଇ ୩୧ ତାରିଖକୁ ଧାର୍ଯ୍ୟ କରାଯାଇଛି ।

ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ ମାଧ୍ୟମରେ କେବଳ ଅନ୍ଲାଇନ୍ ଜରିଆରେ ପଦ୍ମ ପୁରସ୍କାର ଲାଗି ମନୋନୟନ ଏବଂ ସୁପାରିଶ ଗ୍ରହଣ କରାଯିବ । ଏହି ପୁରସ୍କାର ଲାଗି ଜାତି, ବୃଦ୍ଧି, ଲିଙ୍ଗର କୌଣସି ପାର୍ଥକ୍ୟ ରଖାଯିବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଡାକ୍ତର ଏବଂ ବୈଜ୍ଞାନିକଙ୍କ ବ୍ୟତୀର୍ଘ ରାଷ୍ଟ୍ର ଉଦ୍ୟୋଗରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସମେତ ସରକାରୀ କର୍ମଚାରୀମାନେ ପଦ୍ମ ପୁରସ୍କାର ଲାଗି ଯୋଗ୍ୟ ହୋଇପାରିବେ ନାହିଁ । ପଦ୍ମ ପୁରସ୍କାର ଅନ୍ତର୍ଗତ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ହେଉଛି ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ । ୧୯୫୪ ମସିହାରେ ସ୍ଥାପିତ ଏହି ପୁରସ୍କାର' କଳା, ସାହିତ୍ୟ, ଶିକ୍ଷା, କ୍ରୀଡ଼ା, ଔଷଧ, ସାମାଜିକ କାର୍ଯ୍ୟ, ବିଜ୍ଞାନ, ଇଞ୍ଜିନିୟରିଂ ବେସାମରିକ ସେବା, ବାଣିଜ୍ୟ ଏବଂ ଶିଳ୍ପ କ୍ଷେତ୍ରରେ ଅନନ୍ୟ କାର୍ଯ୍ୟ ଓ ପ୍ରତିଭା ପାଇଁ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯାଇଥାଏ ।
-
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର












Click it and Unblock the Notifications