ପୋଲିସ-ଚାଷୀ ମୁହାଁମୁହିଁ: ଆଲୋଚନା ପାଇଁ ଡାକିଲା କେନ୍ଦ୍ର
Farmers Protest: ପଞ୍ଜାବ-ହରିୟାଣା ଶମ୍ଭୁ ବର୍ଡରରେ, ପଞ୍ଜାବ-ପଟିଆଲା ଠାରେ ବିରୋଧ ପ୍ରଦର୍ଶନ ସମୟରେ କୃଷକମାନେ ନିଜ ଫସଲ ଉପରେ ଏମଏସପି ଗ୍ୟାରେଣ୍ଟୀ ଆଇନ୍ ଏବଂ ଚାଷ ଋଣ ଛାଡ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଉପରେ ଆଇନଗତ ଗ୍ୟାରେଣ୍ଟି ସମେତ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛନ୍ତି । ୨୦ ହଜାରରୁ ଅଧିକା ଚାଷୀ ପ୍ରାୟ ୧୨ ଶହରୁ ଅଧିକ ଟ୍ରାକ୍ଟର ଧରି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ସମୟରେ ସେମାନଙ୍କୁ ଶମ୍ଭୁ ବର୍ଡର ପାଖରେ ଅଟାଇଛି ପୋଲିସ ।

Union Agriculture Minister Arjun Munda tweets, "After the fourth round, the government is ready to discuss all the issues like MSP, crop diversification, stubble issue, FIR in the fifth round. I again invite the farmer leaders for discussion. It is important for us to maintain… pic.twitter.com/FCoY9FkN0I
— ANI (@ANI) February 21, 2024
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, '୪ର୍ଥ ରାଉଣ୍ଡ ଆଲୋଚନା ପରେ ସରକାର ଏବେ ଚାଷୀମାନଙ୍କ ସହ ସମସ୍ତ ପ୍ରକାରର ପ୍ରସଙ୍ଗ ଯଥା ଏମଏସପି ଦାବି, ବିବିଧ ଫସଲ, ନଡ଼ା ଜାଳିବା ଓ ଆନ୍ଦୋଳନ ବେଳେ ରୁଜୁ ହୋଇଥିବାର ଏଫଏଆଇଆର ସମ୍ପର୍କରେ ଆଲୋଚନା କରିବା ପାଇଁ ପ୍ରସ୍ତୁତ । ମୁଁ ଚାଷୀମାନଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ କରୁଛି। ଆମେ ସମସ୍ତେ ଶାନ୍ତି ବଜାୟୀ ରଖିବା ଉଚିତ୍ ।"












Click it and Unblock the Notifications