ଉଷୁନା ଚାଉଳ ରପ୍ତାନୀ ଉପରେ କଟକଣା ଲଗାଇଲେ କେନ୍ଦ୍ର ସରକାର
Paraboiled Rice: ଉଷୁନା ଚାଉଳ ରପ୍ତାନୀ ଉପରେ କୌଣସି ପ୍ରକାରର କଟକଣା ଲାଗୁ କରିବାର ଯୋଜନା ନ ଥିବା କହି ୟୁ-ଟର୍ଣ୍ଣ ନେଇଛନ୍ତି ଭାରତ ସରକାର । ତତ୍କାଳ ଭାବେ ସରକାର ଉଷୁନା ଚାଉଳ ରପ୍ତାନୀ ଉପରେ ୨୦%ର ଅତିରିକ୍ତ ଶୁଳ୍କ ଲାଗୁ କରିଛନ୍ତି ।
ପୂର୍ବରୁ ବାସମତୀ ଚାଉଳବ୍ୟତୀତ ଅନ୍ୟ ସମସ୍ତ ପ୍ରକାର ଚାଉଳ ରପ୍ତାନି ଉପରେ ସରକାର କଟକଣା ଲଗାଇଥିଲେ । ରପ୍ତାନି ଶୁଳ୍କ ଲାଗୁ ହେଲେ ଭାରତର ଚାଉଳ ରପ୍ତାନି ହ୍ରାସ ପାଇବ, ଯାହା ଆମେରିକା, ଥାଇଲାଣ୍ଡ ସମେତ ବିଦେଶୀ ବଜାରରେ ଚାଉଳ ଦର ବୃଦ୍ଧି କରିବ ।

ଦେଶରେ ଉଷୁନା ଚାଉଳର ଦାମ ବୃଦ୍ଧି ପାଉଛି । ଜୁଲାଇରେ ଖାଦ୍ୟ ମୁଦ୍ରାସ୍ଫୀତି ରେକର୍ଡ ୧୧% ପହଞ୍ଚି । ଏଥିଯୋଗୁ ଖୁଚରା ମୁଦ୍ରାସ୍ଫୀତି ମଧ୍ୟ ୭.୪୪% ଛୁଇଁଛି । ଦରବୃଦ୍ଧି ଓ ମହଙ୍ଗା ମାଡ଼କୁ ଦୃଷ୍ଟିରେ ରଖି ସରକାର ଉଷୁନା ଚାଉଳ ରପ୍ତାନୀ ଉପରେ ଅତିରିକ୍ତ ଶୁଳ୍କ ଲଗାଇଥିବା କୁହାଯାଉଛି ।
ଅର୍ଥ ମନ୍ତ୍ରଣାଳୟ କହିଛି ଯେ କେନ୍ଦ୍ର ସରକାର ଉଷୁନା ଚାଉଳ ଉପରେ ୨୦ ପ୍ରତିଶତ ରପ୍ତାନି ଶୁଳ୍କ ଲଗାଇଛନ୍ତି । ଏହି ଆଦେଶ ଅଗଷ୍ଟ ୨୫ରୁ କାର୍ଯ୍ୟକାରୀ ହେଉଛି, ଯାହା ୨୦୨୩ ଅକ୍ଟୋବର ୧୬ ପର୍ଯ୍ୟନ୍ତ ବଳବତ୍ତର ରହିବ। ବନ୍ଦରରେ ପଡ଼ିଥିବା ଉଷୁନା ଚାଉଳ ଉପରେ ଏହି ଶୁଳ୍କ ଲାଗୁ ହେବ ନାହିଁ । ଅର୍ଥାତ୍ ଯେଉଁ ଚାଉଳ ଦୋକାନଗୁଡ଼ିକୁ ଏଲ୍ଇଓ (ଲେଟ୍ ଏକ୍ସପୋର୍ଟ ଅର୍ଡର) ଦିଆଯାଇନାହିଁ ଏବଂ ୨୫ ଅଗଷ୍ଟ ୨୦୨୩ ପୂର୍ବରୁ ସମର୍ଥିତ ଏଲ୍ ସି (ଲେଟର ଅଫ୍ କ୍ରେଡିଟ୍) ସେମାନଙ୍କ ପାଇଁ ରପ୍ତାନି ଶୁଳ୍କ ଆଦେଶ ଲାଗୁ ହେବ ନାହିଁ ।












Click it and Unblock the Notifications