'କୃଷକମାନଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଅନେକ ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର'
ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶରେ ଶସ୍ୟବୀମା ଯୋଜନା କ୍ଷେତ୍ରରେ ବିବିଧ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜି ରାଜସ୍ଥାନର ଝୁନ୍ଝୁନ୍ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଅଧୀନରେ ଚାଷୀମାନଙ୍କୁ ବୀମା ରାଶି ପ୍ରଦାନ କରିବା ଅବସରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହା କହିଛନ୍ତି । ସେ କହିଛନ୍ତି, ସରକାରଙ୍କ ଏଭଳି ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଦେଶର ଯେକୌଣସି ଗ୍ରାମରେ ଶସ୍ୟ ଜନିତ କ୍ଷତି ହେଲେ ସମ୍ପୃକ୍ତ ଚାଷୀ ଏହାର ବୀମାରାଶି ପାଇବାରେ ସକ୍ଷମ ହୋଇପାରୁଛି ।

୨୦୧୬ ମସିହାରୁ ଆଜି ପର୍ଯ୍ୟନ୍ତ ଦେଶ ବ୍ୟାପି ଚାଷୀଙ୍କୁ ୨ ଲକ୍ଷ ୧୨ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଶସ୍ୟ ବୀମା ଆକାରରେ ପ୍ରଦାନ କରାଯାଇସାରିଛି ବୋଲି କୃଷି ମନ୍ତ୍ରୀ କହିଛନ୍ତି । ଶ୍ରୀ ଚୌହାନ କହିଛନ୍ତି, ଚାଷୀମାନଙ୍କ ଆୟ ବୃଦ୍ଧି କରି ସେମାନଙ୍କୁ ସମୃଦ୍ଧ କରିବା ଦିଗରେ କେନ୍ଦ୍ର ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । କୌଣସି ସ୍ଥିତିରେ ମଧ୍ୟ କୃଷକମାନଙ୍କ ସ୍ୱାର୍ଥହାନୀ ହେବାକୁ ଦିଆଯିବ ନାହିଁ ବୋଲି ଶ୍ରୀ ଚୌହାନ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ଶ୍ରୀ ଚୌହାନ ଆଜି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବ୍ୟବସ୍ଥା ମାଧ୍ୟମରେ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ପ୍ରାୟ ୩ହଜାର ୯୦୦କୋଟି ଟଙ୍କା ପ୍ରଦାନ କରିଛନ୍ତି । ସେଥିମଧ୍ୟରେ କେବଳ ରାଜସ୍ଥାନର ୯ ଲକ୍ଷ ୭୦ ହଜାର ଚାଷୀଙ୍କ ଆକାଉଣ୍ଟକୁ ୧ ହଜାର ୪୦୦ କୋଟି ଟଙ୍କା ଯାଇଛି ।












Click it and Unblock the Notifications