ଯୁବ ସଶକ୍ତିକରଣକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି କେନ୍ଦ୍ର ସରକାର: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବଶକ୍ତି କାରଣରୁ ସମଗ୍ର ବିଶ୍ୱର ଭାରତ ପ୍ରତି ଆଶା ଓ ସମ୍ଭାବନା ରହିଛି । ନୂଆଦିଲ୍ଲୀରେ ଭାରତ ମଣ୍ଡପମ ଠାରେ ଆୟୋଜିତ ବୀର୍‍ ବାଲ୍‍ ଦିବସ କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ନୀତିରେ ଯୁବ ସଶକ୍ତିକରଣକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ଷ୍ଟାର୍ଟ୍‍ ଅଫ୍‍ ଇକୋ ସିଷ୍ଟମ୍‍, ମହାକାଶ ଅର୍ଥନୀତି, କ୍ରୀଡ଼ା, ଶିଳ୍ପ, ଦକ୍ଷତା ବିକାଶ ଆଦି ସମସ୍ତ କାର୍ଯ୍ୟକ୍ରମକୁ ଯୁବ କୈନ୍ଦ୍ରୀକ କରାଯାଇଛି ।

ଯୁବଗୋଷ୍ଠୀକୁ ସହାୟତା ଯୋଗାଇଦେବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ଷ୍ଟାର୍ଟ୍‍ ଅଫ୍‍ରୁ ବିଜ୍ଞାନ, କ୍ରୀଡ଼ାରୁ ଉଦ୍ୟୋଗ ଆଦି ସବୁ କ୍ଷେତ୍ରରେ ଯୁବଶକ୍ତି ନୂତନ ସଂସ୍କାର ମୂଳକ ଦିଗରେ ଆଗେଇ ଚାଲିଛି । ଯୁବଗୋଷ୍ଠୀ ମଧ୍ୟରେ ନବସୃଜନକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ୧୦ ହଜାରରୁ ଊର୍ଦ୍ଧ୍ୱ ଅଟଳ ଲାବ୍ରୋଟାରୀ ସ୍ଥାପନ କରାଯାଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଗଣତନ୍ତ୍ର' ଗୁରୁ ଶିକ୍ଷା, ସାହିବଜାଦାଙ୍କ ତ୍ୟାଗ ଓ ବଳିଦାନ ଏବଂ ଜାତୀୟ ଏକତାର ମନ୍ତ୍ର ଉପରେ
ପର୍ଯ୍ୟବେଶିତ । ସେ କହିଛନ୍ତି, ସାହିବଜାଦାଙ୍କ ଜୀବନାଦର୍ଶ ଦେଶର ଅଖଣ୍ଡତା ଓ ନୀତି ଏବଂ ଆଦର୍ଶରେ ବୁଝାମଣା ନ କରିବା ଲାଗି ଜନସାଧାରଣଙ୍କୁ ଶିକ୍ଷା ପ୍ରଦାନ କରିଥାଏ । ସାହିବଜାଦାଙ୍କ ଜୀବନାଦର୍ଶ ବଳୀଦାନ ଉପରେ ବିଶ୍ୱାସ କରେ କିନ୍ତୁ ବିଶ୍ୱାସର ପଥରୁ ଦୂରେଇ ନ ଯିବା ଲାଗି ଶିକ୍ଷା ଦେଇଥାଏ ବୋଲି ଶ୍ରୀ ମୋଦୀ କହିଛନ୍ତି ।

NARENDRA MODI

ଜାତି ଏବଂ ଦେଶର ସ୍ୱାର୍ଥ ଠାରୁ କିଛି ବୃହତର ନୁହେଁ ବୋଲି ବୀର ବାଲ୍‍ ଦିବସ ସମସ୍ତଙ୍କୁ ଶିକ୍ଷା ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି । ସକ୍ରିୟ ରାଜନୀତିରେ କେବେବି ଅଂଶଗ୍ରହଣ କରିନଥିବା ପରିବାରର ଏକ ଲକ୍ଷ ଯୁବକଙ୍କୁ ରାଜନୀତିରେ ଆଣିବା ଲାଗି ତାଙ୍କର ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି । ଏହା ଆଗାମୀ ୨୫ ବର୍ଷ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । ନୂତନ ଯୁବପିଢ଼ୀକୁ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିବା ଲାଗି ଏହା ପ୍ରୋତ୍ସାହିତ କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମବାର୍ଷିକୀ ଅବସରରେ ଆସନ୍ତା ବର୍ଷ ପ୍ରାରମ୍ଭରେ ବିକଶିତ ଭାରତ ଯୁବନେତା ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଶ୍ରୀ ମୋଦୀ ଘୋଷଣା କରିଛନ୍ତି । ଦେଶର ବିଭିନ୍ନ ଗ୍ରାମ, ସହର ଓ ନଗରର ଯୁବଗୋଷ୍ଠୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ବିକଶିତ ଭାରତ ଗଠନ ଲାଗି ରୋଡ୍‍ ମ୍ୟାପ୍‍ ପ୍ରସ୍ତୁତ ସମ୍ପର୍କରେ ଆଲୋଚନା କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+