ଟିଭି ଚ୍ୟାନେଲ ପାଇଁ ଏମିତି କିଛି ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର
କେନ୍ଦ୍ର ସରକାର ସୋମବାର ବେସରକାରୀ ନ୍ୟୁଜ ଚ୍ୟାନେଲମାନଙ୍କୁ ଏକ ପରାମର୍ଶ ଦେଇଛନ୍ତି। ସରକାର କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ବଡ଼ ଦୁର୍ଘଟଣା ରିପୋର୍ଟ କରୁଥିବାବେଳେ ଘଟଣାସ୍ଥଳରେ ତାରିଖ, ସ୍ଥାନ ଏବଂ ସମୟ ବିଷୟରେ ସୂଚନା ଦିଆଯିବା ଆବଶ୍ୟକ।

ମନ୍ତ୍ରଣାଳୟ ଯୁକ୍ତି ବାଢ଼ିଛି ଯେ ଦୁର୍ଘଟଣା କିମ୍ବା ପ୍ରାକୃତିକ ବିପର୍ଯ୍ୟୟର ଅନେକ ଦିନ ପରେ ନ୍ୟୁଜ୍ ଚ୍ୟାନେଲ ଦ୍ୱାରା ଏହି ଦୃଶ୍ୟ ଦେଖାଯାଇଥାଏ। ଯାହାଦ୍ୱାରା ବାସ୍ତବତାକୁ ବିକୃତ କରାଯାଇଥାଏ। ଏହା ଦର୍ଶକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଏବଂ ଆତଙ୍କ ସୃଷ୍ଟି କରିଥାଏ।
ଦର୍ଶକଙ୍କ ମଧ୍ୟରେ କୌଣସି ପ୍ରକାର ଭୁଲ ବୁଝାମଣାକୁ ଏଡାଇବା ପାଇଁ ସମସ୍ତ ଉପଗ୍ରହ ନ୍ୟୁଜ୍ ଚ୍ୟାନେଲଗୁଡ଼ିକୁ କକୌଣସି ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଦୁର୍ଘଟଣାର ଟେଲି ପ୍ରସାରଣ ସମୟରେ ସମୟ, ସ୍ଥାନ ଏବଂ ତାରିଖ ଅନ୍ତର୍ଭୂକ୍ତ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ଆଡଭାଇଚରୀରେ କୁହାଯାଇଛି। ଏହି ସୂଚନା ଦୃଶ୍ୟ ଉପରେ ପ୍ରଦର୍ଶିତ ହେବା ଉଚିତ୍। ' ଏହା ସଠିକ୍ ତାରିଖ ଏବଂ ସମୟର ସୂଚନା ଦର୍ଶକଙ୍କ ନିକଟରେ ପହଞ୍ଚିଥିବା ନିଶ୍ଚିତ କରିବ। ଏହାସହ ଦର୍ଶକମାନେ ପ୍ରକୃତ ପରିସ୍ଥିତି ବିଷୟରେ ସୂଚନା ପାଇବାରେ ସକ୍ଷମ ହେବେ ବୋଲି ସରକାର କହିଛନ୍ତି।
ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ କଡା ନିର୍ଦ୍ଦେଶ ଦେଇଛନ୍ତି ଘରୋଇ ନ୍ୟୁଜ୍ ଚ୍ୟାନେଲଗୁଡିକ ଏହିପରି ଇଭେଣ୍ଟଗୁଡିକ ଟେଲି ପ୍ରସାରଣ କରିବା ସମୟରେ ପ୍ରୋଗ୍ରାମ କୋଡ୍ ଅନୁସରଣ କରିବାକୁ ପଡିବ। ନିକଟରେ କେରଳର ୱାୟନାଡ଼ ଏବଂ ହିମାଚଳ ପ୍ରଦେଶରେ ହୋଇଥିବା ବିପର୍ଯ୍ୟୟର ଦୃଶ୍ୟ ଅନେକ ନ୍ୟୁଜ୍ ଚ୍ୟାନେଲ ଦ୍ୱାରା ପ୍ରଦର୍ଶିତ ହୋଇଥିଲା। ଏଭଳି ବିପର୍ଯ୍ୟୟର ବ୍ୟାପକ କଭରେଜକୁ ଦୃଷ୍ଟିରେ ରଖି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ଆଡଭାଇଚରୀ ଜାରି କରାଯାଇଛି।












Click it and Unblock the Notifications