CAA ଆବେଦନଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ପଶ୍ଚିମବଙ୍ଗରେ ଆଉ ୨ଟି କମିଟି ଗଠନ କଲେ କେନ୍ଦ୍ର ସରକାର
ନାଗରିକତା ସଂଶୋଧନ ଆଇନ-ସିଏଏ ଅଧୀନରେ ଭାରତୀୟ ନାଗରିକତ୍ୱ ଆବେଦନ ଉପରେ ନିଷ୍ପତ୍ତି ନେବାକୁ କେନ୍ଦ୍ର ସରକାର ପଶ୍ଚିମବଙ୍ଗରେ ଆଉ ୨ଟି କ୍ଷମତାପ୍ରାପ୍ତ କମିଟି ଗଠନ କରିଛନ୍ତି । ଏକ ଗେଜେଟ୍ ବିଜ୍ଞପ୍ତିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଯେ କ୍ଷମତାପ୍ରାପ୍ତ କମିଟିରେ ଭାରତ ସରକାରଙ୍କ ଡେପୁଟି ସେକ୍ରେଟାରୀ ପାହ୍ୟାର ଜଣେ ଅଧିକାରୀ ନେତୃତ୍ୱ ନେବେ । ଭାରତର ରେଜିଷ୍ଟ୍ରାର୍ ଜେନେରାଲ୍ ଏବଂ ସେନ୍ସସ୍ କମିଶନରଙ୍କ ଦ୍ୱାରା ତାଙ୍କୁ ମନୋନୀତ କରାଯିବ ।

ନାଗରିକତ୍ୱ ପାଇଁ ହୋଇଥିବା ବହୁସଂଖ୍ୟକ ଆବେଦନର ପ୍ରକ୍ରିୟାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଦୁଇଟି ଅତିରିକ୍ତ ପ୍ୟାନେଲ ଗଠନ କରାଯିବାକୁ ନିଷପ୍ତ୍ି ନିଆଯାଇଛି । ପଶ୍ଚିମବଙ୍ଗରେ ପୂର୍ବରୁ ଏଭଳି ଦୁଇଟି କମିଟି ରହିଛି । ନିଜ ଦେଶର ଧାର୍ମିକ ନିର୍ଯାତନାକୁ ଭୟ କରି ୨୦୧୪ ଡିସେମ୍ବର ୩୧ ତାରିଖ ପୂର୍ବରୁ ଭାରତକୁ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ହିନ୍ଦୁ, ଶିଖ, ଖ୍ରୀଷ୍ଟିୟାନ୍, ବୌଦ୍ଧ, ଜୌନ ଏବଂ ପାର୍ସି ସଂଖ୍ୟାଲଘୁ ଧର୍ମାବଲମ୍ବୀମାନଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରାଯିବାକୁ ସିଏଏ ରେ ବ୍ୟବସ୍ଥା ରହିଛି ।












Click it and Unblock the Notifications