TRP ବନ୍ଦ ପାଇଁ ବାର୍କକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର
୪ ସପ୍ତାହ ପାଇଁ ବନ୍ଦ ରହିବ ଟିଭି ଚ୍ୟାନେଲ ଗୁଡ଼ିକର ଟିଆରପି ରିପୋର୍ଟିଂ। ବାର୍କ (ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ)କୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର। ନିର୍ଦ୍ଦେଶନାମା ଅନୁଯାୟୀ ଆସନ୍ତା ଏକମାସ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଟିଆରପି ରିପୋର୍ଟିଂ ବନ୍ଦ ରହିବ। ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ଇସ୍ରାଏଲ-ଇରାନ ଯୁଦ୍ଧକୁ ନେଇ କିଛି ଟେଲିଭିଜନ ନ୍ୟୁଜ ଚ୍ୟାନେଲ ପକ୍ଷରୁ ଅତିରଞ୍ଜିତ ଓ ମନଗଢ଼ା ବିଷୟବସ୍ତୁ ପ୍ରସାରଣ କରାଯାଉଛି । ଏଭଳି ଖବର ପ୍ରସାରଣ ଦ୍ୱାରା ସାଧାରଣ ଲୋକେ ବିଶେଷକରି ଯୁଦ୍ଧ ପ୍ରଭାବିତ ଅଞ୍ଚଳରେ ରହୁଥିବା ଲୋକଙ୍କ ପରିବାର ସଦସ୍ୟମାନେ ଭୟ ଓ ଆତଙ୍କିତ ହୋଇପଡୁଛନ୍ତି । ମନ୍ତ୍ରଣାଳୟ ଭାରତରେ ଟେଲିଭିଜନ ରେଟିଂ ଏଜେନ୍ସିର ପଲିସି ଗାଇଡଲାଇନ୍ସର ଧାରା ୨୪.୨ର ଉଦାହରଣ ଦେଇଛି । ସେହି ଧାରାରେ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଉଥିବା ମାର୍ଗଦର୍ଶିକା, ଆଦେଶ, ନିୟମ ଓ ନିର୍ଦ୍ଦେଶକୁ ରେଟିଂ ଏଜେନ୍ସି ମାନିବାକୁ ପଡିବ।
ଅଧିକାରୀଙ୍କ ଅନୁଯାୟୀ, ନ୍ୟୁଜ୍ ଚ୍ୟାନେଲଗୁଡ଼ିକ ମଧ୍ୟରେ ଟିଆରପି ରେଟିଂ ପାଇଁ ପ୍ରତିଯୋଗିତା ଚାଲିଛି। ଏଥିପାଇଁ ସେମାନେ ଅତ୍ୟନ୍ତ ସମ୍ଵେଦନଶୀଳ ଭୂରାଜନୈତିକ ପରିସ୍ଥିତିକୁ ମଧ୍ୟ ଅତିରଞ୍ଜିତ କରି ପ୍ରଦର୍ଶନ କରୁଛନ୍ତି। ଏହି ପ୍ରତିଯୋଗିତାକୁ ବନ୍ଦ କରିବାକୁ ସରକାର ଏଭଳି କଠୋର ପଦକ୍ଷେପ ନେଇଛନ୍ତି।
-
ଯୁଦ୍ଧରେ ଫସିଥିବା ୭ ଶହ ଭାରତୀୟଙ୍କୁ ଉଦ୍ଧାର କଲେ କେନ୍ଦ୍ର ସରକାର -
ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର, ଘରୋଇ LPG ଗ୍ୟାସ୍ ସିଲିଣ୍ଡର ଦର ୬୦ ଟଙ୍କା ବଢ଼ିଲା -
ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପସ୍ଥିତ ରହିବେ ଗୃହମନ୍ତ୍ରୀ ଅମିତ ଶାହ ! -
ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ନୀତିଶ କୁମାରଙ୍କ ,ଉପସ୍ଥିତ ଥିଲେ ଗୃହମନ୍ତ୍ରୀ ଅମିତ ଶାହ -
ମୁଖ୍ୟମନ୍ତ୍ରୀ ହେବେ ନୀତିଶଙ୍କ ପୁଅ, ଦାବି କଲେ JDU ବିଧାୟକ -
ସାବଧାନ ! ବିନା ଟିକେଟରେ କରୁଛନ୍ତି ଟ୍ରେନ ଯାତ୍ରା, ହୋଇପାରେ ୬ ମାସ ଜେଲ -
ନୀତୀଶଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱକୁ ବିରୋଧ କରି JDU ନେତାଙ୍କ ଆମରଣ ଅନଶନ -
ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର -
ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଚିନ୍ତା ପ୍ରକଟ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥନୈତିକ ପ୍ରଭାବ ପଡ଼ିବା ନେଇ ଦେଲେ ଚେତା -
୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସାମାଜିକ ଗଣମାଧ୍ୟମ ମନା -
ପାଇଲ୍ସ ସର୍ଜରୀ ପରେ ମିଳିଲାନି ଛୁଟି: ବରିଷ୍ଠ ଅଧିକାରୀଙ୍କ ଆଗରେ ପ୍ୟାଣ୍ଟ ଖୋଲିଦେଲେ ଲୋକୋ ପାଇଲଟ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ











Click it and Unblock the Notifications