ଆଦିବାସୀବହୁଳ ଗ୍ରାମ ଗୁଡ଼ିକର ବିକାଶ ଲାଗି ୮୦ କୋଟି ଟଙ୍କା ବ୍ୟୟବରାଦ କଲେ କେନ୍ଦ୍ର ସରକାର
ଧର୍ତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନରେ ଆଦିବାସୀବହୁଳ ଗ୍ରାମ ଗୁଡ଼ିକର ବିକାଶ ଲାଗି କେନ୍ଦ୍ର ସରକାର ୮୦ କୋଟି ଟଙ୍କା ବ୍ୟୟବରାଦ କରିଥିବା ଜଣାପଡିଛି । ଆଜି ଲୋକସଭାରେ ପ୍ରଶ୍ନକାଳ ସମୟରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଏହି ଯୋଜନା ଅଧୀନରେ ୬୩ହଜାରରୁ ଅଧିକ ଗ୍ରାମରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବିଦ୍ୟୁତୀକରଣ ବ୍ୟବସ୍ଥାର ଉନ୍ନତି କରାଯାଉଛି ।

ସେ କହିଛନ୍ତି ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଜନଜାତି ଲୋକମାନଙ୍କ ବିକାଶ ନିମନ୍ତେ କେତେ ପରିମାଣର ଅର୍ଥ ବରାଦ କରିଛନ୍ତି । ଜୁଏଲ ଓରାମ କହିଛନ୍ତି ଜନଜାତି ଲୋକଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଏବଂ ଧର୍ତୀ ଆବା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ମନ୍ତ୍ରୀ କହିଛନ୍ତି ପିଏମ୍ ଜନମନ ଯୋଜନାରେ ଦେଶର ୭୫ଟି ଅତ୍ୟନ୍ତ ଦୁର୍ବଳ ଆଦିମ ଜନଜାତି - ପିଭିଟିଜି ଅଞ୍ଚଳରେ ୫୪ହଜାରରୁ ଅଧିକ ଗୃହ ନିର୍ମାଣ କରାଯାଉଛି ।












Click it and Unblock the Notifications