ଲୋକସଭାରେ ପାରିତ ହେଲା କେନ୍ଦ୍ରୀୟ ଅବକାରୀ ବିଲ୍

ସଂସଦର ଶୀତ ଅଧିବେଶନର ତୃତୀୟ ଦିନରେ ଲୋକସଭାରେ କେନ୍ଦ୍ରୀୟ ଅବକାରୀ (ସଂଶୋଧନ) ବିଲ୍‌ ୨୦୨୫ ବାଚନିକ ଭୋଟରେ ଗୃହୀତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଏହି ବିଲ୍‌କୁ ଗୃହରେ ଆଗତ କରିଥିଲେ। ଏହି ବିଲ୍‌ ଅନୁଯାୟୀ ତମାଖୁ ଓ ଏ ସମ୍ପର୍କିତ ଉତ୍ପାଦ ଉପରେ ଟିକସ ଲାଗୁ କରାଯିବ। ବର୍ତ୍ତମାନ ଜିଏସ୍‌ଟି ଅନୁଯାୟୀ ତମାଖୁ ଜାତୀୟ ଉତ୍ପାଦ ଉପରେ ଟିକସ ଲାଗୁ କରାଯାଉଥିବାବେଳେ ଏହାକୁ ପରିବର୍ତ୍ତନ କରାଯିବ। ନୂଆ ବିଲ୍ ଅନୁଯାୟୀ ବିଭିନ୍ନ ପ୍ରକାର ସିଗାରେଟ୍ ଉପରେ ଅବକାରୀ ଟିକସ ଲାଗୁ କରାଯିବ। ଅନିର୍ମିତ ତମାଖୁ ଉପରେ ୬୦ରୁ ୭୦ ପ୍ରତିଶତ ଅବକାରୀ ଟିକସ ଲାଗୁ କରାଯିବ। ମନ୍ତ୍ରୀ କହିଥିଲେ ଯେ ତମାଖୁ ଚାଷରୁ ଦୂରେଇ ରହିବାକୁ ସରକାର କୃଷକମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି।

Central Excise Bill

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୧୦ଟି ତମାଖୁ ଉତ୍ପାଦନକାରୀ ରାଜ୍ୟର କୃଷକମାନଙ୍କୁ ଚାଷ ପରିବର୍ତ୍ତନ କରିବାକୁ କୁହାଯାଇଛି। ୨୦୧୮ରୁ ୨୦୨୨ ମଧ୍ୟରେ ୧.୧୨ ଲକ୍ଷ ଏକର ଜମିରେ ଚାଷ ପରିବର୍ତ୍ତନ ହୋଇଛି। ଅନ୍ୟପଟେ ମଣିପୁର ପାଇଁ ଉଦ୍ଦିଷ୍ଟ ଜଳ (ପ୍ରଦୂଷଣ ନିୟନ୍ତ୍ରଣ ଓ ନିରାକରଣ) ସଂଶୋଧନ ବିଲ୍ ୨୦୨୪ ରାଜ୍ୟସଭାରେ ଗୃହୀତ ହୋଇଛି। ଏହାର ମୁଳ ବିଲ୍‌ ପୂର୍ବରୁ ଉଭୟ ଗୃହରେ ଗୃହୀତ ହୋଇସାରିଛି।
ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସଆଇଆର) ଉପରେ ଆଲୋଚନା ପାଇଁ ବିରୋଧୀଙ୍କ ଦାବିକୁ ସରକାର ଗ୍ରହଣ କରିବା ପରେ ବୁଧବାର ସଂସଦର ଉଭୟ ଗୃହରେ କାର୍ଯ୍ୟ ସ୍ବାଭାବିକ ରହିଥିଲା। ରାଜସଭାରେ ପ୍ରଶ୍ନୋତ୍ତର କାର୍ଯ୍ୟ ହୋଇଥିଲା। ସୂଚନାଯୋଗ୍ୟ ସୋମବାର ଆରମ୍ଭ ହୋଇଥିବା ସଂସଦର ଶୀତ ଅଧିବେଶନ ଆରମ୍ଭରୁ ବିରୋଧୀ ସଦସ୍ୟମାନେ ଏସ୍‌ଆଇଆର ଉପରେ ଆଲୋଚନା ଦାବି କରି ଅଚଳାବସ୍ଥା ସୃଷ୍ଟି କରିଥିଲେ। ଏଥିପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇ ଆଲୋଚନା କରିଥିଲେ। ଆଲୋଚନା ସମୟରେ ସରକାର ଏସ୍‌ଆଇଆର ପ୍ରସଙ୍ଗରେ ଆଲୋଚନା କରିବା ଲାଗି ବିରୋଧୀଙ୍କ ଦାବିକୁ ଗ୍ରହଣ କରିଥିଲେ। ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୯ ତାରିଖରେ ଏସ୍‌ଆଇଆର ପ୍ରସଙ୍ଗରେ ଲୋକସଭାରେ ଆଲୋଚନା କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+