ଜାମ୍ମୁ କାଶ୍ମୀରର ବିକାଶ ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଦୃଢ଼ କରିବା ପାଇଁ କେନ୍ଦ୍ର ପ୍ରତିଶ୍ରୁତିବଦ୍ଧ: ପିଏମ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିଆଣା ବିଧାନସଭା ନିର୍ବାଚନରେ ବିଜେପିକୁ ବହୁମତ ମିଳିଥିବାରୁ କୃତଜ୍ଞତା ଜଣାଇଛନ୍ତି । ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ସ୍ୱତନ୍ତ୍ର ଥିଲା ବୋଲି ସେ କହିଛନ୍ତି । ହରିଆଣା ବିକାଶ ଏବଂ ସ୍ୱଚ୍ଛ ପ୍ରଶାସନକୁ ସ୍ୱୀକୃତି ମିଳିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସମ୍ବିଧାନର ଧାରା ୩୭୦ ଏବଂ ୩୫- କି ଉଚ୍ଛେଦ ପରେ ପ୍ରଥମଥର ପାଇଁ ଜାମ୍ମୁ କାଶ୍ମୀରରେ ଅନୁଷ୍ଠିତ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବହୁ ମତଦାତାଙ୍କ ଯୋଗଦାନକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିବା ସହ ଏହା ଉପରେ ଜାମ୍ମୁ କାଶ୍ମୀରବାସୀଙ୍କ ବିଶ୍ୱାସ ପ୍ରତିଫଳିତ ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ହରିଆଣା ବିଧାନସଭା ନିର୍ବାଚନ ଫଳାଫଳ ନେଇ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

pm modi

ଜାମ୍ମୁ କାଶ୍ମୀରରେ ବିଜେପିର ମତଦାନ ହାର ବୃଦ୍ଧି ପାଇବା ନେଇ ଶାହା ସନ୍ତୋଷ ବ୍ୟକ୍ତ କରିଛନ୍ତି । ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ପ୍ରତିକ୍ରିୟା ଦେଇ ଅମିତ ଶାହା କହିଛନ୍ତି, ମତଦାନ ହାର ବୃଦ୍ଧି ଏବଂ ବିଜେପିକୁ ବହୁ ଆସନରେ ବିଜୟୀ କରିଥିବାରୁ ଦଳ ପ୍ରତି ଜାମ୍ମୁ କାଶ୍ମୀରବାସୀଙ୍କର ଆଶୀର୍ବାଦ ରହିଛି । ଜାମ୍ମୁ କାଶ୍ମୀରରେ ବିକାଶ ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+