ଜାନୁଆରୀ ଆରମ୍ଭ ହୋଇପାରେ ଜନଗଣନା, ଜନଗଣନା ରେଜିଷ୍ଟ୍ରାର ଜାରି କଲା ଏମିତି କିଛି ନିର୍ଦ୍ଦେଶ ନାମା

ଆସନ୍ତା ୨୦୨୫ ଜାନୁଆରୀରେ ଦେଶରେ ଜନଣଗନା ଆରମ୍ଭ ହେବାର ସମ୍ଭାବନା ରହିଛି । ଜନଗଣନା ରେଜିଷ୍ଟ୍ରାର ଏକ ଆଦେଶ ଜାରି କରି ରାଜ୍ୟମାନଙ୍କୁ ନିଜର ଗାଁ, ବ୍ଲକ, ତହସିଲ, ସବ୍‌ଡିଭିଜନ ଓ ଜିଲ୍ଲାର ସୀମା ପରିବର୍ତ୍ତନ କରିବାର ପ୍ରକ୍ରିୟା ଆସନ୍ତା ଡିସେମ୍ବର ୩୧ ତାରିଖ ସୁଦ୍ଧା ଶେଷକରିବାକୁ ପରାମର୍ଶ ଦେଇଛନ୍ତି । ପୂର୍ବରୁ ଏହି ସମୟ ସୀମା ଜୁନ ୩୦ ତାରିଖ ରହିଥିଲା ।

Census may

ଜନଗଣନା ଆରମ୍ଭ କରିବା ପର୍ବୂରୁ ପ୍ରଥମ ସର୍ତ୍ତ ରହିଥିଲା ସରକାରୀ ସିଲିଂ କରିବା । ଡିସେମ୍ବର ୩୧ ତାରିଖ ସୁଦ୍ଧା ସୀମା ସିଲିଂ ଶେଷ ହେବା ପରେ ୨୦୨୫ ଜାନୁଆରୀରେ ଜନଗଣନା ହେବାର ସମ୍ଭାବନା ରହିଛି । ସରକାରୀ ସୀମା ସିଲିଂ ସମୟ ଗତ ଦୁଇବର୍ଷ ହେଲା ବଢ଼ିବଢ଼ି ଚାଲିଛି ।

ଗତ ସେପ୍ଟେମ୍ବରରେ ଜନଗଣନା ଆରମ୍ଭ ହେବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ସେହି ସମୟରେ ଜାତିଗତ ଜନଗଣନା ପ୍ରସଙ୍ଗ ଉଠିଥିଲା । ତେଣୁ କେନ୍ଦ୍ର ସରକାର ଓବିସି (ପଛୁଆ ବର୍ଗ) ଗଣନାକୁ ସାମିଲ କରିବେ କି ନାହିଁ ତାହା ସନ୍ଦେହ ଘେରରେ ରହିଛି । ଯଦି ଓବିସି ଗଣନା କରାଯିବ ତେବେ ଏଥିପାଇଁ ଜନଗଣନା ଆଇନରେ ସଂଶୋଧନ ମଧ୍ୟ କରିବାକୁ ପଡିବ । ଜନଗଣନା ଶୀଘ୍ର ଶେଷ କରିବାର ଦୁଇଟି ପ୍ରମୁଖ କାରଣ ରହିଛି ।

ପ୍ରଥମ କାରଣ ହେଲା ୨୦୨୬ରେ ଗଠିତ ହେବାକୁ ଥିବା ସୀମା ପୁନଃନିର୍ଦ୍ଧାରଣ କମିଶନଙ୍କ ରିପୋର୍ଟ ଆଧାରରେ ଲୋକସଭା ଓ ବିଧାନସଭା ଆସନ ସଂଖ୍ୟା ନୂଆ କରି ଧାର୍ଯ୍ୟ କରାଯିବ । ନୂଆ ଆସନ ବଢ଼ିବା ଫଳରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ । ୨୦୨୫ରୁ ନୂଆ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+