'ଘରକୁ ଘର ଯାଇ ମୋବାଇଲ୍‍ ଆପ୍ଲିକେସନ୍‍ ମାଧ୍ୟମରେ ଜନଗଣନା ଗଣନା ତଥ୍ୟ ସମ୍ପୂର୍ଣ୍ଣ କରାଯିବ'

୨୦୨୭ ଜନଗଣନା ପାଇଁ ନୂଆଦିଲ୍ଲୀ ଠାରେ ଆଜି ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା ୪ଟି ଡିଜିଟାଲ୍‍ ପ୍ଲାଟ୍‍ଫର୍ମ ଏବଂ ମାସ୍କଟ୍‍ ଉନ୍ମୋଚନ କରିଛନ୍ତି । ସେଣ୍ଟର ଡେଭ୍‍ଲପ୍‍ମେଣ୍ଟ ଆଡାଭାନ୍ସ କମ୍ପ୍ୟୁଟିଂ - ସି.ଡି.ଏ.ସି. ଦ୍ୱାରା ଦେଶ ବ୍ୟାପି ଗଣନା କାର୍ଯ୍ୟକୁ ସହଜ କରିବା ଲକ୍ଷ୍ୟ ନେଇ ଏହି ଉନ୍ନତ ଡିଜିଟାଲ୍‍ ପ୍ଲାଟ୍‍ଫର୍ମ ବିକଶିତ କରାଯାଇଛି । ମହିଳା ଗଣନାକାରୀଙ୍କ ପାଇଁ ମାସ୍କଟ୍‍ ପ୍ରଗତି ଏବଂ ପୁରୁଷ ଗଣନାକାରୀଙ୍କ ପାଇଁ ମାସ୍କଟ୍‍ ବିକାଶକୁ ଶ୍ରୀ ଶାହା ଉନ୍ମୋଚନ କରିଛନ୍ତି । ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସଂକଳ୍ପକୁ ପୁରଣ କରିବାରେ ମହିଳା ଏବଂ ପୁରୁଷଙ୍କ ସମାନ ଅଂଶଗ୍ରହଣର ପ୍ରତୀକ ଭାବେ ଏହି ମାସ୍କଟକୁ ଉନ୍ମୋଚନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି ।

amit

ଘରକୁ ଘର ଯାଇ ସୁରକ୍ଷିତ ମୋବାଇଲ୍‍ ଆପ୍ଲିକେସନ୍‍ ମାଧ୍ୟମରେ ଗଣନା ତଥ୍ୟ ସମ୍ପୂର୍ଣ୍ଣ କରାଯିବ । ଏଥିପାଇଁ ଦେଶ ବ୍ୟାପି ୩୦ ଲକ୍ଷରୁ ଅଧିକ ଗଣନାକାରୀ, ପର୍ଯ୍ୟବେକ୍ଷକ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ନିୟୋଜିତ ହେବେ । ପ୍ରଯୁକ୍ତିବିଦ୍ୟା ଆଧାରିତ ନବସୃଜନ ଏବଂ ସମାବେଶୀ ପଦକ୍ଷେପ ମାଧ୍ୟମରେ ଜନଗଣନା ସଠିକ୍‍, ସୁରକ୍ଷିତ ଏବଂ ବ୍ୟାପକ କରିବା ଲକ୍ଷ୍ୟ ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଦୁଇଟି ପର୍ଯ୍ୟାୟରେ ଏହି ଗଣନା କାର୍ଯ୍ୟ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକା ଓ ଗଣନା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଜନଗଣନା କାର୍ଯ୍ୟ କରାଯିବ ।

ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ମାର୍ଚ୍ଚ ପହିଲା ମଧ୍ୟରାତ୍ରିକୁ ଜନଗଣନା ପାଇଁ ସମୟସୀମା ଏବଂ ଲଦାଖ ଓ
ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ପାଇଁ ଚଳିତ ବର୍ଷ ଅକ୍ଟୋବର ପହିଲା ମଧ୍ୟ ରାତ୍ରିକୁ ଧାର୍ଯ୍ୟ କରାଯାଇଛି । ଗତବର୍ଷ ଜୁନ୍‍ ୧୬ ତାରିଖରେ ଜନଗଣନା ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+