ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ, ସବୁଠି ଉତ୍ସାହର ମାହୋଲ
Merry Christmas 2024: ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ । ସାରା ବିଶ୍ୱରେ ଧୁମଧାମରେ ପାଳନ ହେଉଛି ବଡଦିନ ବା ଖ୍ରୀଷ୍ଟମାସ । ଆଜି ଭଗବାନ ଯୀଶୁ ଜନ୍ମଗ୍ରହଣ କରିଥିଲେ । ଆଜିର ଦିନକୁ ବେଶ୍ ଉତ୍ସାହର ସହ ଖୁବ୍ ଜାକଜମକରେ ପାଳନ କରାଯାଉଛି । ପ୍ରଭୁ ଯୀଶୁଙ୍କର ଧରାବତରଣ ପାଇଁ ବେଶ ସୁନ୍ଦର ଭାବେ ସଜେଇ ହୋଇଛି ବିଶ୍ୱର ସମସ୍ତ ଚର୍ଚ୍ଚ ।
ଗତକାଲି ମଧ୍ୟ ରାତିରୁ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ଦେଶର ସମସ୍ତ ଛୋଟବଡ ଚର୍ଚ୍ଚକୁ ରଙ୍ଗୀନ୍ ଆଲୋକମାଳାରେ ସଜାଯାଇଛି । ଅନେକ ସ୍ଥାନରେ ଖ୍ରୀଷ୍ଟମାସ କାର୍ନିଭାଲ୍'ର ମଧ୍ୟ ଆୟୋଜିତ ହୋଇଛି । ଗତକାଲି ମଧ୍ୟରାତ୍ରରେ ବିଭିନ୍ନ ଚର୍ଚ୍ଚଗୁଡ଼଼ିକରେ ବିଶେଷ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ହଜାର ହଜାର ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଅଂଶଗ୍ରହଣ କରିଥିଲେ ।

ପ୍ରଭୁ ଯୀଶୁ ସମାଜକୁ ପ୍ରେମ ଏବଂ ମାନବିକତାର ଶିକ୍ଷା ଦେଇଥିଲେ । ପ୍ରେମ ଏବଂ ଭାଇଚାରାର ମହତ୍ୱ ବୁଝାଇଥିଲେ । ତେବେ ଏହି ପର୍ବରେ ମହମବତୀର ବିଶେଷ ମହତ୍ତ୍ୱ ରହିଛି । ଖ୍ରୀଷ୍ଟମାସର ରଙ୍ଗୀନ ମହମବତୀ ଜୀବନରେ ସୁଖ ଏବଂ ସଫଳତାର ପ୍ରତୀକ ଅଟେ । ଆଜିର ଦିନରେ ରଙ୍ଗ ବେରଙ୍ଗ ମହମବତୀ ଜଳେଇବା ଉଚିଚ୍ । କୁହାଯାଏ ଯେ ମହମବତୀ ଜାଳି ପ୍ରାର୍ଥନା ଇଶ୍ୱରଙ୍କ ପାଖରେ ପ୍ରାର୍ଥନା କରିବା ଦ୍ୱାରା ମନ ଶାନ୍ତି ରହିବା ସହ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଖ୍ରୀଷ୍ଟମାସରେ ମହମବତୀ ଜାଳିବା ଦ୍ୱାରା ଜୀବନର ଅନ୍ଧକାର ଦୂର ହୋଇଥାଏ । ଆଖପାଖର ପରିବେଶକୁ ଶକ୍ତିଶାଳୀ ଏବଂ ସକ୍ରିୟ କରିଥାଏ ।












Click it and Unblock the Notifications