Get Updates
Get notified of breaking news, exclusive insights, and must-see stories!

ମତଦାନରେ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଲେ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ଦେଶରେ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ । ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଆସନ ପାଇଁ ଭୋଟିଂ ହେବ । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି । ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ଭୋଟରଙ୍କୁ ନିର୍ବାଚନ ଆୟୋଗର ଆବେଦନର ଭିଡିଓ ଅନୁଯାୟୀ, ଦେଶର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଭାଗ ନେବାକୁ ଭୋଟରଙ୍କୁ ଅନୁରୋଧ କରିଛନ୍ତି ।

ଗଣତନ୍ତ୍ରରେ ଭୋଟ ଦେବାର ଗୁରୁତ୍ୱ ଉପରେ ରାଜୀବ କୁମାର କହିଛନ୍ତି ଯେ ନିର୍ବାଚନ ହେଉଛି ଦେଶର ଗଣତନ୍ତ୍ରର ସବୁଠାରୁ ସୁନ୍ଦର ଅଭିବ୍ୟକ୍ତି । ଭୋଟ ଅଭିଜ୍ଞତାକୁ ଶାନ୍ତିପୂର୍ଣ୍ଣ, ଆରାମଦାୟକ ଏବଂ ଉପଭୋଗ୍ୟ କରିବା ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) କଠିନ ପରିଶ୍ରମ କରିଛି । ସାଧାରଣ ନିର୍ବାଚନ ୨୦୨୪ ର ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ଏପ୍ରିଲ ୧୯ରେ ୧୦୨ ଟି ସଂସଦୀୟ ନିର୍ବାଚନମଣ୍ଡଳୀ (ଜେନେରାଲ- ୭୩; ଏସଟି-୧୧; ଏସସି-୧୮) ଏବଂ ୨୧ ଟି ରାଜ୍ୟ /କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ୯୨ ଟି ବିଧାନସଭା ନିର୍ବାଚନ ପାଇଁ ଗୋଟ ଗ୍ରହଣ କରାଯିବ । ଅରୁଣାଚଳ ଏବଂ ସିକ୍କିମରେ ମଧ୍ୟ ଏକକାଳୀନ ରାଜ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି ।

ଏଥିରେ ସମସ୍ତ ପର୍ଯ୍ୟାୟ ତୁଳନାରେ ସଂସଦ ନିର୍ବାଚନମଣ୍ଡଳୀ ସଂଖ୍ୟା ସର୍ବାଧିକ । ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସା ୬ଟାରେ ଶେଷ ହେବ । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ୧୮ ଲକ୍ଷରୁ ଅଧିକ ମତଦାନ ଅଧିକାରୀ ପ୍ରଥମ ପର୍ଯ୍ୟାୟରେ ୧୬.୬୩ କୋଟିରୁ ଅଧିକ ଭୋଟରଙ୍କୁ ସ୍ୱାଗତ କରିବେ । ଏଥିପାଇଁ ୧.୮୭ ଲକ୍ଷ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି ।

RAJIV KUMAR

ଭୋଟରଙ୍କ ମଧ୍ୟରେ ୮.୪ କୋଟି ପୁରୁଷ ଅଛନ୍ତି, ୮.୨୩ କୋଟି ମହିଳା ଏବଂ ୧୧.୩୭୧ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ପ୍ରଥମ ଥର ପାଇଁ ୩୫.୬୭ ଲକ୍ଷ ଭୋଟର ଭୋଟ ଦେବାକୁ ଯାଉଛନ୍ତି । ୨୦-୨୯ ବର୍ଷ ବୟସ ବର୍ଗରେ୩.୫୧ କୋଟି ଯୁବ ଭୋଟର ଅଛନ୍ତି ।ପ୍ରଥମ ପ୍ରର୍ଯ୍ୟାୟରେ ମଇଦାନରେ ଅଛନ୍ତି ୧୬୨୫ ଜଣ ପ୍ରାର୍ଥୀ ସେଥିରୁ ପୁରୁଷ ୧୪୯୧ ଏବଂ ମହିଳା ୧୩୪ ଜଣ ଅଛନ୍ତି ।

ମତଦାନ ଏବଂ ସୁରକ୍ଷା କର୍ମୀ ପରିବହନ ପାଇଁ ୪୧ ଟି ହେଲିକପ୍ଟର, ୮୪ ଟି ସ୍ୱତନ୍ତ୍ର ଟ୍ରେନ୍ ଏବଂ ପ୍ରାୟ ୧ ଲକ୍ଷ ଯାନ ନିୟୋଜିତ କରାଯାଇଛି । ଶାନ୍ତିପୂର୍ଣ୍ଣ ତଥା ସୁରୁଖୁରୁରେ ନିର୍ବାଚନ କରିବା ପାଇଁ ନିର୍ବାଚନ ଆୟୋଗ ଅନେକ ନିର୍ଣ୍ଣାୟକ ପଦକ୍ଷେପ ନେଇଛନ୍ତି । ଭୋଟ୍ ପ୍ରକ୍ରିୟାକୁ ସୁରକ୍ଷିତ ରଖିବା ପାଇଁ ମତଦାନ କେନ୍ଦ୍ରରେ ପର୍ଯ୍ୟାପ୍ତ କେନ୍ଦ୍ରୀୟ ବାହିନୀ ନିୟୋଜିତ କରାଯାଇଛି । ୫୦ ପ୍ରତିଶତରୁ ଅଧିକ ମତଦାନ କେନ୍ଦ୍ରରେ ୱେବ୍ ପ୍ରସାରଣ କରାଯିବ ।

ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କ ନିୟୋଜନ ସହିତ ସମସ୍ତ ମତଦାନ କେନ୍ଦ୍ରରେ ୩୬୧ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି । ଯେଉଁଥିରେ ୧୨୭ ସାଧାରଣ ସୁପରଭାଇଜର, ୬୭ ପୋଲିସ ସୁପରଭାଇଜର ଏବଂ ୧୬୭ ଆର୍ôଥକ ସୁପରଭାଇଜର ନିୟୋଜିତ ହୋଇଛନ୍ତି । ଏହା ସହିତ, ୮୫ ବର୍ଷରୁ ଅଧିକ ୧୪.୧୪ ଲକ୍ଷରୁ ଅଧିକ ଭୋଟର ପଞ୍ଜୀକୃତ ହୋଇଛନ୍ତି ଏବଂ ୧୩.୮୯ ଲକ୍ଷ ଭିନ୍ନକ୍ଷମ ଭୋଟର ଅଟନ୍ତି । ୮୫ ବର୍ଷରୁ ଅଧିକ ବୟସର ଭିନ୍ନକ୍ଷମ ଭୋଟର ଏବଂ ଯେଉଁମାନେ ମତଦାନ କେନ୍ଦ୍ରକୁ ଆସିବାକୁ ନିଷ୍ପତ୍ତି ନିଅନ୍ତି ସେମାନଙ୍କୁ ପିକ୍ ଏବଂ ଡ୍ରପ୍ ସୁବିଧା ଯୋଗାଇ ଦିଆଯିବ ।

ପିଡବ୍ଲ୍ୟୁ ଭୋଟରମାନେ ପିଡବ୍ଲ୍ୟୁ ସକ୍ଷମ ଆପ୍ ମାଧ୍ୟମରେ ହ୍ୱିଲ୍ ଚେୟାର ର ସୁବିଧା ମଧ୍ୟ ବୁକ୍ କରିପାରିବେ । ୧୦୨ ଟି ସଂସଦ ନିର୍ବାଚନମଣ୍ଡଳୀରେ ସ୍ଥାନୀୟ ଥିମ୍ ସହିତ ମଡେଲ୍ ମତଦାନ କେନ୍ଦ୍ର ସ୍ଥାପନ କରାଯାଉଛି । ୫୦୦୦ ରୁ ଅଧିକ ମତଦାନ କେନ୍ଦ୍ର ସୁରକ୍ଷା କର୍ମୀଙ୍କ ସମେତ ମହିଳାମାନଙ୍କ ଦ୍ୱାରା ସମ୍ପୁର୍ଣ୍ଣ ଭାବରେ ପରିଚାଳିତ ହେବ ଏବଂ ୧୦୦୦ ରୁ ଅଧିକ ମତଦାନ କେନ୍ଦ୍ର ଭିନ୍ନକ୍ଷମଙ୍କ ଦ୍ୱାରା ପରିଚାଳିତ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+