ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ନିର୍ବାଚନ କମିଶନଙ୍କ ବୟାନ, କହିଲେ ୪୦ଥର...

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଭୋଟ୍ ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ, ୧୩ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ ଟି ସିଟ୍ ପାଇଁ ଭୋଟ୍ ସମୟ ସନ୍ଧ୍ୟା ୬ ଟାରେ ଶେଷ ହୋଇଛି । ଆସାମରେ ୭୦.୬୬ ପ୍ରତିଶତ, ବିହାରରେ ୫୩.୦୩, ଛତିଶଗଡରେ ୭୨.୧୩. ଜମ୍ମୁକାଶ୍ମୀରରେ ୬୩.୯୦, କେରଳରେ ୬୩,୯୭. ମଧ୍ୟପ୍ରଦେଶରେ ୫୪.୮୩. ମହାରାଷ୍ଟ୍ରରେ ୫୩.୫୧, ମଣିପୁରରେ ୭୬.୦୬. ରାଜସ୍ଥାନରେ ୫୯.୧୯. ତ୍ରିପୁରାରେ ୭୭.୫୩. ଉତରପ୍ରଦେଶରେ ୫୨.୭୪ ଓ ପଶ୍ଚିମବଙ୍ଗରେ ୭୧.୮୪ ପ୍ରତିଶତ ଭୋଟ ପଡିଛି । ପୂର୍ବ ତୁଳନାରେ ଏଥରକ ଅଧିକ ସୁୁରୁଖୁରରେ ଭୋଟ ପଡିଛି । ସମସ୍ତ ଉତେଜନାକୁ ରୋକିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ଅନ୍ୟପଟେ ଆଜି ଭୋଟ ଦେବା ପରେ ପ୍ରତ୍ୟେକ ଭିଭିପିଏଟି ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହା ସହିତ ଶୁକ୍ରବାର ନିର୍ବାଚନରେ ସମ୍ପୃକ୍ତ ଅନ୍ୟ ଏକ ଆବେଦନକୁ ବାତିଲ କରାଯାଇଥିଲା ।କୋର୍ଟଙ୍କ ନିଷ୍ପତ୍ତି ପରେ ନିର୍ବାଚନ ଆୟୋଗର ଅଧିକାରୀମାନେ କହିଛନ୍ତି ଯେ ପ୍ରାୟ ୪୦ ଥର କୋର୍ଟ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ର ବୈଧତାକୁ ସମର୍ଥନ କରିଛନ୍ତି ।

RAJIV KUMAR

ଭିଭିପିଏଟି ସହିତ ଇଭିଏମ ବ୍ୟବହାର କରି ଦିଆଯାଇଥିବା ଭୋଟର ସମ୍ପୂର୍ଣ୍ଣ ଯାଞ୍ଚ ପାଇଁ ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ସିଷ୍ଟମର ଯେକୌଣସି ଦିଗରେ 'ଅନ୍ଧ ଅବିଶ୍ୱାସ' ସନ୍ଦେହ ସୃଷ୍ଟି କରିପାରେ । ସୂଚନାଯୋଗ୍ୟ, ମାର୍ଚ୍ଚ ୧୬ରେ ଲୋକ ସଭା ନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା କରିବାବେଳେ ସିଇସି ରାଜୀବ କୁମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପ୍ରାୟ ୪୦ ଥର କୋର୍ଟ - ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ଇଭିଏମ ଚ୍ୟାଲେଞ୍ଜ କରୁଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+